Categories: ଜାତୀୟ

ଆଲିଗଡ ବଳାତ୍କାର ଘଟଣାକୁ ‘ଭୟାନକ’ କହିଲେ ରାହୁଲ

ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାକୁ ‘ଭୟାନକ’ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହି ଘଟଣା ମୋତେ ବ୍ୟତିବ୍ୟସ୍ତ କରିଦେଇଛି ବୋଲି ରାହୁଲ କହିଛନ୍ତି। ଏଭଳି ଘଟଣା ସାରା ଦେଶର ଦେଶକୁ ସ୍ତବ୍ଧ କରିଦେଇଛି। ଅଭିଯୁକ୍ତକୁ ତୁରନ୍ତ ଦଣ୍ଡ ଦିଆଯାଉ ବୋଲି ଶୁକ୍ରବାର ଟୁଇଟ୍‌ କରି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟା ଅପହରଣ କରିନେଇ ତାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଶିଶୁକନ୍ୟାର ଖଣ୍ଡବିଖଣ୍ଡିତ ମୃତଦେହ ପୋଲିସ ବୁଦାମୂଳରୁ ଉଦ୍ଧାର କରିଥିଲା। ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଦେଶର ବଡ ବଡ ସେଲିବ୍ରିଟି ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି।

Share