ଆଲିଆ-ରଣବୀର କପୁରଙ୍କ ଫେକ୍‌ ବିବାହ କାର୍ଡ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୨।୧୦: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫେକ୍‌ ବିବାହ କାର୍ଡ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାର୍ଡରେ ବିବାହ ୨୦୨୦ ଜାନୁୟାରୀ ୨୨ରେ ହେଉଥିବା ଲେଖାଯାଇଛି। ବିବାହ ରାଜସ୍ଥାନର ଯୋଧପୁର ସ୍ଥିତ ଉମେଦ ଭବନ ପ୍ୟାଲେସ୍‌ ରେ ହେବ ବୋଲି ସୂଚିତ ହୋଇଛି। ସୋସିଆଲ ମିଡ଼ିଆରେ ଏହାର ଶେୟାର ସଂଖ୍ୟା ଦୀରେଧୀରେ ବଢ଼ିଚାଲିଛି। ତେବେ ଏହା ଏକ ଫେକ୍‌ କାର୍ଡ ବୋଲି କୁହାଯାଉଛି। କାର୍ଡରେ ଆଲିଆଙ୍କ ନାମର ସ୍ପେଲିଙ୍ଗ୍‌ ଭୁଲ୍‌ ରହିଥିବାବେଳେ ତାଙ୍କ ପିତା ମହେଶ ଭଟ୍ଟଙ୍କ ନାମ ପରିବର୍ତ୍ତେ ଦାଦାଙ୍କ ନାମ ଲେଖାଯାଇଛି।

Share