ଆଲିଆ-ରଣବୀରଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

ଆଲିଆ ଭଟ୍ଟ-ରଣବୀର କପୁର ଟିକେ ମୌକା ପାଇଲେ ଏକାଠି ଲୋକଙ୍କ ନଜରକୁ ଆସୁଛନ୍ତି। ଏମିତିରେ ବି କିଛିଦିନ ତଳେ ଦୁହିଁଙ୍କ ବିବାହ ଖବର ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏହି ସମ୍ପର୍କକୁ ନେଇ ଆଲିଆଙ୍କ କକା ମୁକେଶ ଭଟ୍ଟ ଏବଂ ସମ୍ପର୍କୀୟ ଭାଇ ରାହୁଲଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି, ଆଲିଆ ଏବଂ ରଣବୀରଙ୍କ ବିବାହ ପକ୍କା ହୋଇଯାଇଛି। ଆଲିଆ ବିବାହବେଳେ ଫେଶନ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଲେହେଙ୍ଗା ପିନ୍ଧିବେ ବୋଲି ମଧ୍ୟ ସ୍ଥିର ହୋଇସାରିଛି। କିନ୍ତୁ ଏନେଇ ଆଲିଆ କିମ୍ବା ରଣବୀର ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତିଏକ ସାକ୍ଷାତକାତରେ ମୁକେଶ ଭଟ୍ଟଙ୍କୁ ଆଲିଆଙ୍କ ବିବାହକୁ ନେଇ ପ୍ରଶ୍ନ କରାଯାଇଥିଲା। ମହେଶ ଏସବୁ ଗୁଜବ ବୋଲି କହିଥିଲେ। କିନ୍ତୁ ଆଲିଆଙ୍କ ସମ୍ପର୍କୀୟ ଭାଇ ରାହୁଲଙ୍କ କଥା ଟିକେ ଅଲଗା ଥିଲା। ରାହୁଲ କହିଛନ୍ତି, ଆଲିଆ ଏବଂ ରଣବୀରଙ୍କ ଯୋଡ଼ି ତାଙ୍କର ବହୁ ପସନ୍ଦ। ଯଦି ମୋତେ ଏହି ବିବାହର ନିମନ୍ତ୍ରଣ ମିଳିବ ତେବେ ମୁଁ ଏଥିରେ ନିଶ୍ଚିତ ଯୋଗ ଦେବି। କୁହାଯାଉଛି, ରଣବୀରଙ୍କ ପିତା ଋଷି କପୁର ଭାରତ ଆସିବା ପରେ ଆଲିଆ ଏବଂ ରଣବୀରଙ୍କ ବିବାହ ପ୍ରସ୍ତୁତିରେ ଲାଗିପଡ଼ିବେ। ଏହି ଖବର କେତେଦୂର ସତ ତାହା ଆଗାମୀ ଦିନରେ ଜଣାପଡ଼ିବ।

Share