ଆଲିଆଙ୍କ ଷ୍ଟାଇଲ୍‌ କପି କରି ଟ୍ରୋଲ ହେଲେ ମାହିରା

ମୁମ୍ବାଇ: ‘ବିଗ୍‌ବସ୍‌-୧୩’ ସରିଯାଇଛି ସତ ମାତ୍ର ଏଥିରେ ଭାଗ ନେଇଥିବା ସେଲିବ୍ରିଟିଙ୍କ ଚର୍ଚ୍ଚା ଥମୁନି। ଏହି ଚର୍ଚ୍ଚାରୁ ବାଦ୍‌ ପଡ଼ିନାହାନ୍ତି ପାରସ୍‌ ଛାବ୍ରାଙ୍କ ବାନ୍ଧବୀ ମାହିରା ଶର୍ମା। ‘ବିଗ୍‌ବସ୍‌’ ଫାଇନାଲ ରାଉଣ୍ଡ୍‌ରେ ମାହିରା ଏକ ବ୍ଲୁ କଲର ଡ୍ରେସ୍‌ ପିନ୍ଧି ଆସିଥିଲେ। ଯାହା ଆଲିଆ ଭଟ୍ଟ ପିନ୍ଧୁଥିବା ଏକ ଡ୍ରେସ୍‌ର ଅବିକଳ। ଏହାପରେ ମାହିରାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଥିଲା। କେହି କେହି ତାଙ୍କୁ ଗରିବଙ୍କ ଆଲିଆ କହିଥିଲେ ତ ଆଉ କେହି ତାଙ୍କ ଡ୍ରେସ୍‌ର ମଜା ଉଡ଼ାଇଥିଲେ। ‘ବିଗ୍‌ବସ୍‌’କୁ ଆସିବା ପୂର୍ବରୁ ମାହିରା କିଛି ଟିଭି ସିରିୟଲରେ କାମ କରିସାରିଛନ୍ତି। ଏହା ପୂର୍ବରୁ ମାହିରା ‘ନାଗିନ୍‌ -୪’ରେ ନଜର ଆସିଥିଲେ। ସେତେବେଳେ ତାଙ୍କୁ ଯେତିକି ଲୋକ ଚିହ୍ନି ନ ଥିଲେ ବିଗ୍‌ବସରେ ଭାଗ ନେବା ପରଠାରୁ ତାଙ୍କର ଫଲୋର୍ସ ବଢ଼ିଯାଇଛନ୍ତି। ‘ବିଗ୍‌ବସ୍‌’ରେ ପାରସ୍‌-ମାହିରାଙ୍କୁ ବନ୍ଧୁ କୁହାଯାଉଥିଲା। କେହି କେହି ତାଙ୍କୁ ପାରସ୍‌ଙ୍କ ଗାର୍ଲଫ୍ରେଣ୍ଡ୍‌ ମଧ୍ୟ କହୁଥିଲେ। କିନ୍ତୁ ଏହି ଦୁଇଜଣ ସବୁବେଳେ ନିଜକୁ ଦୁଇ ଭଲ ବନ୍ଧୁ ବୋଲି କହିଆସୁଛନ୍ତି।

Share