ଆଲିଆଙ୍କ ଚପଲର ଦାମ୍‌ କେତେ ଜାଣନ୍ତି…

ଫିଲ୍ମ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି ହୋଇଛି। ଆଲିଆ ସବୁବେଳେ ନିଜର ଲୁକ୍‌କୁ ନେଇ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। କ’ଣ ପିନ୍ଧିଲେ ଭଲ ଦେଖାଯିବେ କେମିତି ରଙ୍ଗର ପୋଷାକ ପିନ୍ଧିଲେ ଆହୁରି ସୁନ୍ଦର ଦେଖାଯିବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥା’ନ୍ତି। ଇଣ୍ଡିଆନ୍‌ ପୋଷାକଠାରୁ ଆରମ୍ଭ କରି ପାଶ୍ଚାତ ଦେଶର ପୋଷାକ ମଧ୍ୟ ସେ ପରିଧାନ କରିଥା’ନ୍ତି। ତାଙ୍କର କିଛି ଫଟୋ ଏବେ ସୋସିିଆଲ ମିଡିଆରେ ଶେୟାର ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚାର କାରଣ ହେଉଛି ତାଙ୍କ ଚପଲ। ଚପଲଟି ଦେଖିବାକୁ ମାମୁଲି ଲାଗୁଥିଲେ ମଧ୍ୟ ଦାମ୍‌ କିନ୍ତୁ ଢେର୍‌ ଅଧିକ। ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ଆଲିଆ ଏକ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାବେଳେ ଏହି ଦାମୀ ଚପଲଟିକୁ ପିନ୍ଧିଛନ୍ତି। ଫଟୋରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆଲିଆ ପିନ୍ଧିଥିବା ଚପଲ ଇଟାଲିଆନ୍‌ ବ୍ରାଣ୍ଡ୍‌ ନିୟସର। ଯାହାର ଦାମ୍‌ ୫୪ ହଜାର ୫୪୭ ଟଙ୍କା। ଏହି ଚପଲ ୧୦୦ ପ୍ରତିଶତ ଚମଡ଼ାରେ ତିଆରି। ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା। ତେବେ ଫିଲ୍ମ କଥା କହିଲେ, ଆଲିଆ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ସହ ଖୁବ୍‌ଶୀଘ୍ର୍ର ନଜର ଆସିବେ।

Share