ଆଲିଆଙ୍କ ନୂଆ ଫଟୋଶୁଟ୍‌, ପ୍ରଶଂସକ କହିଲେ- ଦୀପିକାଙ୍କ ଭଳି ଲାଗୁଛ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ-ଦୀପିକା ପାଦୁକୋନଙ୍କ ମଧ୍ୟରେ ଭିନ୍ନ ସମ୍ପର୍କ। ଗୋଟିଏ ପଟେ ଉଭୟ ଭଲ ବନ୍ଧୁ ହୋଇଥିବା ବେଳେ ଅପରପକ୍ଷେ ଦୀପିକାଙ୍କ ପୂର୍ବତନ ପ୍ରେମିକ ରଣବିର କପୁରଙ୍କୁ ଭଲ ପାଉଛନ୍ତି ଆଲିଆ। ହେଲେ ଏହାକୁ ନେଇ ସମ୍ପର୍କ ଖଟା ହୋଇନାହିଁ। କେହି ଏ ନେଇ ପଚାରିଦେଲେ ଉଭୟେ କଥାକୁ ଆଡେଇ ନ ଯାଇ ବରଂ ସାମ୍ନା କରନ୍ତି। ଦୀପିକା ମଧ୍ୟ ରଣବିରଙ୍କ ସହ ଫିଲ୍ମ କରିବେ ବୋଲି କହିଛନ୍ତି। ଏବେ ଆଲିଆ କୁଆଡେ ଦୀପିକାଙ୍କ ଭଳି ଦେଖାଯାଉଥିବା ପ୍ରଶଂସକମାନେ କହିବା ଆରମ୍ଭ କଲେଣି। ଭାବୁଥିବେ ଏମିତି କାହିଁକି। କାରଣଟି ହେଉଛି ଆଲିଆଙ୍କ କିଛି ଫଟୋ। ସବ୍ୟସାଚୀଙ୍କ ଇନ୍‌ଷ୍ଟା ଆକାଉଣ୍ଟରେ ଆଲିଆ ସବୁଜ ରଙ୍ଗ ପୋଷାକ ପିନ୍ଧିଥିବା କିଛି ଫଟୋ ଶେୟାର କରାଯାଇଛି। ଫଟୋଗୁଡ଼ିକରେ ପାରମ୍ପରିକ ପୋଷାକ ସାଙ୍ଗକୁ କମ୍‌ ମେକ୍‌ଅପ୍‌ ଏବଂ କାନରେ ଷ୍ଟାଇଲିସ୍‌ ଝୁମକା ଲଗାଇଛନ୍ତି ଆଲିଆ। ଏହି ଦେଶୀ ଲୁକ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଦୀପିକାଙ୍କ ଭଳି ଦେଖାଯାଉଛନ୍ତି ବୋଲି ଅନେକେ କହିଛନ୍ତି। ଆଉ ଜଣେ ପ୍ରଶଂସକ କହିଛନ୍ତି, ଆଲିଆ ଜଣେ ବବ୍‌ଲି, ଚୁଲବୁଲି ଝିଅ। ତାଙ୍କୁ ସେମିତି ରହିବା ଉଚିତ।

Share