ଆଲର୍ଜି ସମସ୍ୟା ଥିଲେ..

ଆଜିକାଲି ଆଲର୍ଜି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏହାଠାରୁ ନିଜକୁ ଦୂରେଇ ରଖିବା ପାଇଁ ସତର୍କ ରହିବା ନିହାତି ଜରୁରୀ। କାରଣ ପରୋକ୍ଷରେ ଏହା କେତେକ ରୋଗର କାରଣ ସାଜିଥାଏ। ଯଦି ଆପଣଙ୍କର ଆଲର୍ଜି ଅଛି ତେବେ ନିମ୍ନଲିଖିତ ବିଷୟ ପ୍ରତି ନଜର ଦିଅନ୍ତୁ।
ଙ୍ଖ ଭିତର ସବୁବେଳେ ସଫାସୁତରା ରଖନ୍ତୁ। କାରଣ ପ୍ରଦୂଷିତ ଧୂଳିକଣା ଆଲର୍ଜିକୁ ବଢ଼ାଇ ଦେଇଥାଏ। ତା’ସହ ଘରର ବାହ୍ୟ ପରିବେଶକୁ ମଧ୍ୟ ସଫା ରଖନ୍ତୁ।
ସମୟରେ ଘରର ଝରକା, କବାଟ ଖୋଲା ରଖନ୍ତୁ। ଘର ଭିତରକୁ ମୁକ୍ତ ବାୟୁ ଏବଂ ସୂର୍ଯ୍ୟକିରଣ ଆସିଲେ ଭିତର ଭାଗର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ରହିଥାଏ। ତା’ ସହ ଘର ଭିତରେ ସୃଷ୍ଟି ହେଉଥିବା ଜୀବାଣୁ ଏପରି ପରିବେଶ ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବେ।
ଆଲର୍ଜି ସମସ୍ୟା ରହିଛି ତେବେ ହଠାତ୍‌ କୌଣସି ଗରମ ସ୍ଥାନରୁ ଅତି ଥଣ୍ଡା ସ୍ଥାନକୁ ଯାଆନ୍ତୁ ନାହିଁ।
ବାହାରକୁ ବୁଲିବାକୁ ଯାଇଛନ୍ତି ତେବେ ଘରକୁ ଫେରିବା ପରେ ସାଙ୍ଗେ ସାଙ୍ଗେ ଥଣ୍ଡା ପାଣି ପିଅନ୍ତୁ ନାହିଁ।