ଆଲମଣ୍ଡ ଖାଇଲେ ଦୂର ହେବ ଏସବୁ ମାରାତ୍ମକ ରୋଗ

ଆଲମଣ୍ଡ ଖାଇବା ଦ୍ୱାରା ଥଣ୍ଡା ଏବଂ ଫ୍ଲୁ ଭଳି ଭାଇରାଲ ସଂକ୍ରମଣ ସହିତ ଲଢ଼ିବାର ଶକ୍ତି ଆସିଥାଏ। ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଆଲମଣ୍ଡ ଚୋପା ମଧ୍ୟ ଦେହ ପାଇଁ ହିତକର।

ଏହା କୋଲେଷ୍ଟରଲ ହ୍ରାସ କରିଥାଏ। ଏଥିରେ ଥିବା ମୋନୋସାଟ୍ୟୁରେଟେଡ୍‌ ଫ୍ୟାଟ୍‌ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ। ବ୍ରିଟିଶ ଜର୍ନାଲ ଅଫ୍‌ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏଥିରେ ଥିବା ଭିଟାମିନ ‘ଇ’ ର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁ ଏହାକୁ ଖାଇବା ଦ୍ୱାରା କୋଲେଷ୍ଟରଲ ସ୍ତର କମିଯାଏ ଏବଂ ହୃଦ୍‌ରୋଗ ହେବାର ଆଶଙ୍କା କମିଯାଏ।

ଏହା ରକ୍ତରେ ଶର୍କରା ସ୍ତର ହ୍ରାସ କରିଥାଏ। କ୍ଲିନିକାଲ ଅନୁସନ୍ଧାନରୁ ଜଣାପଡିଛି ଯେ, ଆଲମଣ୍ଡ ଖାଇବା ଦ୍ୱାରା ଖାଦ୍ୟ ପରବର୍ତ୍ତୀ ରକ୍ତରେ ଶର୍କରା ସ୍ତର କମିଯାଏ। ଏହା ମଧୁମେହ ଏବଂ ହୃଦରୋଗର ଚିକିତ୍ସାରେ ମଧ୍ୟ ସାହାଯ୍ୟ କରିଥାଏ। ମଧୁମେହରେ ପୀଡ଼ିତ ଲୋକମାନେ ପ୍ରତିଦିନ ୨-୩ଟି ଆଲମଣ୍ଡ ଖାଇବା ଜରୁରୀ।

ଅନ୍ତର୍ଜାତୀୟ ଜର୍ନାଲ ଅଫ୍‌ ମେଦବହୁଳତା ଏବଂ ଆନୁଷଙ୍ଗିକ ମେଟାବୋଲିକ ଡିସ୍‌ଅର୍ଡରରେ ପ୍ରକାଶିତ, ଏକ ଅଧ୍ୟୟନରେ ୬୫ ଜଣ ମୋଟା ବ୍ୟକ୍ତିଙ୍କୁ ନିଆଯାଇଥିଲା। ଏଥିରୁ ମିଳିଥିବା ଫଳାଫଳ ଅନୁଯାୟୀ, ଆଲମଣ୍ଡ ଖାଇଥିବା ଲୋକଙ୍କଠାରେ ମୋଟାପଣ ନ ଥିଲା। ଯେଉଁମାନେ ଖାଇ ନ ଥିଲେ ସେମାନଙ୍କଠାରେ ମେଦବହୁଳତା ରୋଗ ଦେଖିବାକୁ ମିଳିଥିଲା।