ଆର୍‌ସିବିି ବିଜୟ ପରେ ମାତ୍ର ୩ଟି ଶବ୍ଦ କହିଲେ ଏବି ଡି ଭିଲିୟର୍ସ

କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ (ଆରସିବି) ୧୪ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଛି। ଏହି ବିଜୟ ପରେ ଆରସିବି ଶୁକ୍ରବାର କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍‌ରେ ଯିଏ ଜିତିବ, ସେ ଫାଇନାଲ୍‌କୁ ଟgିକେଟ୍‌ କାଟିବ। ଏହି ଟାଇଟଲ ମ୍ୟାଚ ରବିବାର ଦିନ ଖେଳାଯିବ।
ଏଲିମିନେଟରରେ ଆରସିବିର ବିଜୟ ପରେ ଦଳର ପୂର୍ବତନ ଖେଳାଳି ଏବି ଡି ଭିଲିୟର୍ସ ଏକ ଟୁଇଟ କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ କେବଳ ତିନୋଟି ଶବ୍ଦ ଆରସିବି, ଆରସିବି,ଆରସିବି ଲେଖିଛନ୍ତି।
ଆଇପିଏଲ ୨୦୨୦ ଏବଂ ୨୦୨୧ ସିଜିନ ଆରସିବି ପାଇଁ ଭଲ ଥିଲା। ଦଳ ପ୍ଲେ ଅଫ ରେ ପହଞ୍ଚିଥିଲା। ଏବି ଡି ଭିଲିୟର୍ସଙ୍କ ଦଳରେ ଥିଲେ ଥିଲେ। ତେବେ ଉଭୟ ସିଜିନ୍‌ରେ ଆରସିବି ସେ ଏଲିମିନେଟର ମ୍ୟାଚରେ ହାରି ଯାଇଥିଲା। କିନ୍ତୁ ଏଥର ଦଳ ଆଗକୁ ଯାଇ କ୍ୱାଲିଫାୟର ୨ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଡି ଭିଲିୟର୍ସ ଆରସିବିର ଏହି ବିଜୟ ପରେ ଖୁସି ଅଛନ୍ତି ଏବଂ ସେ ଟୁଇଟ୍‌ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Share