ଆର୍‌ଟିଓରେ ଭିଡ଼ ମହିଳାଙ୍କ ପାଇଁ ହେଉନି ସ୍ବତନ୍ତ୍ର ଧାଡ଼ି

ପୁରୀ ଅଫିସ, ୧୪ା୯: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହଇଚଇ। ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଜୋର୍‌ଦାର ଚାଲିଛି ଧରପଗଡ଼।  ମୋଟା ଆର୍ଥିକ ଜରିମାନା ଏବେ ଗାଡ଼ି ଚାଳକ ଏବଂ ମାଲିକଙ୍କ ଆଖିରୁ ନିଦ ହଜାଇ ଦେଇଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଲୋକେ ଏବେ ନୂଆ ଆଇନ ଜାଲରେ ଛନ୍ଦି ହୋଇପଡୁଛନ୍ତି। ତେବେ ୩ମାସ ପାଇଁ ନିୟମ କୋହଳ ହୋଇଥିଲେ ବି ଲୋକେ ଗାଡି କାଗଜପତ୍ର ଠିକ୍‌ କରିବା ଲାଗି ଅଣନିଃଶ୍ୱାସୀ ହୋଇ ବିଭିନ୍ନ କାର୍ଯ୍ୟାଳୟକୁ ଧାଉଁଛନ୍ତି। ବିଶେଷକରି ଆର୍‌ଟିଓରେ ଅଧିକ ଗହଳି ହେଉଛି। ଫିଟ୍‌ନେସ ହେଉ କି ଡ୍ରାଇଭିଂ ଲାଇସେନ୍ସ ପାଇଁ ସବୁ ଆର୍‌ଟିଓରେ ଲମ୍ବା ଲାଇନ ଲାଗୁଛି। ପୁରୀ ଆର୍‌ଟିଓରେ ସକାଳ ସାଢେ ୮ଟାରୁ ଚାଳକ ଏବଂ ମାଲିକ ଆସି ଧାଡିରେ ଛିଡା ହେଉଛନ୍ତି। ତେବେ ଏମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଯୁବତୀ ବି ଆସୁଛନ୍ତି। କିନ୍ତୁ ଏଠାରେ ମହିଳାଙ୍କ ପାଇଁ କୌଣସି ସ୍ବତନ୍ତ୍ର ଧାଡି ବ୍ୟବସ୍ଥାା କରାଯାଉ ନାହିଁ। ଫଳରେ ପୁରୁଷଙ୍କ ମଧ୍ୟରେ ଛିଡା ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ମନରେ ଅସନ୍ତୋଷ ଏବଂ ପୁରୁଷଙ୍କ ଧାଡିରେ ଛିଡା ହେବା ଲାଗି ଅସ୍ବାଭାବିକ ଲାଗୁଥିଲେ ମଧ୍ୟ କିଛି କହିପାରୁ ନାହାନ୍ତି।
ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଗାଡି ଚାଳକ ଏବଂ ମାଲିକ ମଧ୍ୟ ନିଜକୁ ସୁବ୍ୟବସ୍ଥିତ କରିବାରେ ଲାଗି ପଡିଛନ୍ତି। ଗାଡି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ସହ ନୂଆ ମୋଟର ଯାନ ଆଇନକୁ ପାଳନ କରିବା ଲାଗି ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ପୁରୀ ଆର୍‌ଟିଓରେ ପ୍ରତ୍ୟେହ ପ୍ରବଳ ଭିଡ଼ ହେଉଛି। ଆର୍‌ଟିଓ ପରିସର ଏବଂ ଏହା ସମ୍ମୁଖ ରାସ୍ତାର ଦୁଇପାର୍ଶ୍ୱରେ ପ୍ରାୟ ଅଧକିମି ପର୍ଯ୍ୟନ୍ତ ଗାଡି ମୋଟର ପାର୍କିଂ କରାଯାଉଛି। ପୂର୍ବାହ୍ନ ୯ଟା ପରଠାରୁ ଦିନ ତମାମ୍‌ ପ୍ରବଳ ଗହଳି ରହୁଛି। ଗାଡି ଚାଳକ ଏବଂ ମାଲିକ ଲମ୍ବା ଧାଡ଼ିରେ ଠିଆ ହୋଇ ସେମାନଙ୍କ କାଗଜପତ୍ର କାମ କରୁଛନ୍ତି। ତେବେ ଆଗ କରିବାର ମନୋବୃତ୍ତି ଯୋଗୁ ଠେଲାପେଲା ହେଉଥିବା ଏହି ଧାଡି ମଧ୍ୟରେ ମହିଳାମାନେ ବି ଠିଆ ହେଉଛନ୍ତି। ସେମାନେ ବି ଠେଲାପେଲାର ଶିକାର ହେଉଥିଲେ ମଧ୍ୟ କିଛି କହିପାରୁ ନାହାନ୍ତି। ଏହି ଘଟଣା ଶୁକ୍ରବାର ଯୁବ ସ୍ବେଚ୍ଛାସେବୀ ଶଙ୍କର ସର୍କାର କାର୍ଯ୍ୟାଳୟ ଅଧିକାରୀଙ୍କ ନଜରକୁ ଆଣିଥିଲେ। ତେବେ ମହିଳାଙ୍କ ପାଇଁ କାହିଁକି ଅଲଗା ଧାଡ଼ି କରାଯାଉ ନାହିଁ ବୋଲି କହିଥିଲେ। ହେଲେ କେହି କିଛି ଶୁଣି ନ ଥିଲେ। ଏହାକୁ ନେଇ କେତେଜଣ ଲୋକ ବି ହୋ ହଲ୍ଲା କରିଥିଲେ। ବର୍ତ୍ତମାନ ଆର୍‌ଟିଓରେ ଯେଉଁଭଳି ଭାବେ ଭିଡ଼ ହେଉଛି ସେଥିଲାଗି ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି କରାଯିବା ଦରକାର ବୋଲି ସର୍କାର କହିଛନ୍ତି। ଏ ସମ୍ପର୍କରେ ଆର୍‌ଟିଓ ଦାୟିତ୍ୱରେ ଥିବା ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ମହିଳାମାନେ ଧାଡିରେ ଠିଆ ହେଉଥିବା ନଜରକୁ ଆସିନାହିଁ। ତେବେ ଶନିବାରଠାରୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡି ସହ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ବର୍ତ୍ତମାନ ସୁଦ୍ଧା ୯,୩୧୪ ଜଣ ଡିଏଲ୍‌ ପାଇଁ ଆବେଦନ କରିଛନ୍ତି। ୧ ତରିଖ ସୁଦ୍ଧା ସମୟ ଥିବାରୁ ଶନିବାର, ରବିବାର ଛୁଟିଦିନରେ କାର୍ଯ୍ୟାଳୟ ଖୋଲା ରହି କାମ କରାଯିବ। ଦିନକୁ ୭୦ଟି ସ୍ଲଟ ଟେଷ୍ଟ ପାଇଁ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୨୦୦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri