Posted inଜାତୀୟ

ଆର୍‌ଟିଆଇ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୨୬।୭(ପି.ଟି.):ସୂଚନା ଅଧିକାର ଆଇନ (ସଂଶୋଧନ) ବିଲ୍‌ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ୨୨ ତାରିଖରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ଗୁରୁବାର ରାଜ୍ୟ ସଭାରେ ପାରିତ ହୋଇଯାଇଛି। ଅଧିକ ଯାଞ୍ଚ ପାଇଁ ବିଲ୍‌କୁ ଗୃହ କମିଟିକୁ ପଠାଇବାକୁ ବିରୋଧୀ ଦଳ ଆଣିଥିବା ପ୍ରସ୍ତାବ କାଟ୍‌ ଖାଇଯାଇଥିଲା। ପ୍ରସ୍ତାବ ବିରୋଧରେ ୧୧୭ ଭୋଟ ପଡ଼ିଥିବାବେଳେ ସପକ୍ଷରେ ୭୫ ଭୋଟ ଯାଇଥିଲା। ଗୁରୁବାର ଘଟଣାରୁ ରାଜ୍ୟ ସଭାରେ ବିରୋଧୀ ଦଳର କ୍ଷମତା ହ୍ରାସ ପାଇଥିବା ସ୍ପଷ୍ଟ ହୋଇଯାଇଛି। ଯାହା ଫଳରେ ସଂଖ୍ୟାଗରିଷ୍ଠତା ନ ଥାଇ ସରକାର ବିଭିନ୍ନ ବିଲ୍‌କୁ ଗୃହୀତ କରାଇ ନେଉଛନ୍ତି।
ସଂଶୋଧିତ ବିଲ୍‌ ଅନୁଯାୟୀ ସୂଚନା କମିଶନରମାନଙ୍କ କାର୍ଯ୍ୟକାଳ, ବେତନ ଓ ଅନ୍ୟାନ୍ୟ ସର୍ତ୍ତାବଳୀ ସରକାର ଧାର୍ଯ୍ୟ କରିବେ। ବର୍ତ୍ତମାନର ଆଇନରେ ସୂଚନା କମିଶନରଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥିବାବେଳେ ସଂଶୋଧିତ ବିଲ୍‌ରେ ଏହାକୁ ୩ ବର୍ଷ ହ୍ରାସ କରାଯିବା ପ୍ରସ୍ତାବ ରହିଛି। ବିଲ୍‌କୁ କଂଗ୍ରେସ, ବାମଦଳ ଏବଂ ତୃଣମୂଳ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀକରଣର ପର୍ଦ୍ଦାଫାଶ୍‌ ଏବଂ ଶିକ୍ଷାଗତ ଯୋଗ୍ୟତା ଜଣାପଡିଯିବା ପରେ ପ୍ରତିଶୋଧ ନେବା ପାଇଁ ସରକାର ଆର୍‌ଟିଆଇ ଆଇନରେ ସଂଶୋଧନ ଆଣୁଛନ୍ତି ବୋଲି କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଜାଲ୍‌ ରାଶନ୍‌ କାର୍ଡର ପ୍ରକୃତ ସଂଖ୍ୟା ଧରାପଡିଯିବା ଏବଂ ବିଦେଶରୁ ଅଣାଯାଇଥିବା କଳାଧନ ପରିମାଣର ଖୁଲାସା ଓ ଖିଲାପୀଙ୍କ ତାଲିକା ଦାଖଲ ପାଇଁ କେନ୍ଦ୍ରୀୟ ସୂଚନା କମିଶନର (ସିଆଇସି) ନିର୍ଦ୍ଦେଶ ଦେବା ପରେ ସରକାର ପ୍ରତିଶୋଧପରାୟଣ ହୋଇପଡିଛନ୍ତି। ସିଆଇସିକୁ କ୍ଷମତାହୀନ କରିଦେବା ବିଲ୍‌ର ପ୍ରକୃତ ଉଦ୍ଦେଶ୍ୟ ବୋଲି ରମେଶ ରାଜ୍ୟ ସଭାରେ କହିଥିଲେ।
ବିଲ୍‌ ଉପରେ ଆଲୋଚନା ଚାଲିଥିବାବେଳେ ଭାଜପା ଅଣ ଏନ୍‌ଡିଏ ଦଳ ଯଥା ଓ୍ବାଇଏସ୍‌ଆର କଂଗ୍ରେସ, ଟିଆର୍‌ଏସ୍‌, ବିଜେଡିର ସମର୍ଥନ ହାସଲ କରିବାରେ ସକ୍ଷମ ହୋଇଥିଲା। ବିଲ୍‌କୁ ନେଇ ବିଜେଡିର କେତେକ ଭିନ୍ନମତ ରହିଛି, ସରକାରଙ୍କ ପାଖରୁ ଦୃଢ଼ ପ୍ରତିଶ୍ରୁତି ପାଇବା ପରେ ଦଳ ଏହା ସମର୍ଥନକୁ ନେଇ ବିଚାର କରିବ ବୋଲି ବିଜେଡି ଏମ୍‌ପି ସସ୍ମିତ ପାତ୍ର ସ୍ପଷ୍ଟ କରିଦେଇଥିଲେ। ସଂଶୋଧନ ବିଲ୍‌ରେ କୌଣସି ଭୁଲ୍‌ ନାହିଁ। ଓ୍ବାଇଏସ୍‌ଆର୍‌ କଂଗ୍ରେସ ଏହାକୁ ସମର୍ଥନ ଦେବ ବୋଲି ଏହାର ସଦସ୍ୟ ଭି. ବିଜୟସାଇ ରେଡ୍ଡୀ କହିଥିଲେ। ସେହିପରି ଟିଆର୍‌ଏସ୍‌ର କେ. କେଶବ ରାଓ ବିଲ୍‌କୁ ସମର୍ଥନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri