Categories: ଜାତୀୟ

ଆର୍‌ଜେଡିକୁ ଧକ୍କା: ଉପାଧ୍ୟକ୍ଷ ପଦ ଛାଡିଲେ ରଘୁବଂଶ

ପାଟନା,୨୩।୬: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ଲାଗିଛି ଶକ୍ତ ଧକ୍କା। ଆର୍‌ଜେଡିର ୫ ବିଧାନ ପରିଷଦ ସଦସ୍ୟ(ଏମ୍‌ଏଲ୍‌ସି) ଦଳ ତ୍ୟାଗ କରିଛନ୍ତି। ଏହାବ୍ୟତୀତ ଉପାଧ୍ୟକ୍ଷ ଥିବା ରଘୁବଂଶ ପ୍ରତାପ ସିଂ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଶୁଣିବାକୁ ମିଳୁଛି କି ବିଧାନ ପରିଷଦ ସଦସ୍ୟମାନେ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ସାମିଲ ହେବେ। ଏମାନେ ସମସ୍ତେ ଲାଲୁ ପ୍ରସାଦଙ୍କ ନିକଟତମ ଥିବା କୁହାଯାଉଥିବା ବେଳେ ଆର୍‌ଜେଡିର ବଂଶବାଦ ରାଜନୀତି ଓ ତେଜସ୍ବୀ ଯାଦବଙ୍କ ନେତୃତ୍ୱକୁ ନେଇ ଏମାନେ ଅସନ୍ତୁଷ୍ଟ ଥିଲେ। ଆସନ୍ତା ଜୁଲାଇରେ ବିଧାନ ପରିଷଦ ନିର୍ବାଚନ ଥିବା ବେଳେ ଏମାନେ ଦଳ ତ୍ୟାଗ କରିବା ଆର୍‌ଜେଡିକୁ ଶକ୍ତ ଧକ୍କା ବୋଲି ସାଧାରଣରେ ଆଲୋଚନା ହେଉଛି।

Share