Categories: ଜାତୀୟ

ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ: ଶହୀଦ୍‌ ପରିବାରଙ୍କ କଲ୍ୟାଣ ପାଇଁ ୭୦ ବର୍ଷ ତଳେ ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ,୭।୧୨: ପ୍ରତିବର୍ଷ ଡିସେମ୍ବର ୭କୁ ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଭାବେ ପାଳନ କରାଯାଇଥାଏ। ୧୯୪୯ଠାରୁ ଗତ ୭୦ ବର୍ଷ ଧରି ଏଭଳି ଜାରି ରହିଛି। ଶହୀଦ୍‌ ପରିବାରଙ୍କ କଲ୍ୟାଣ ପାଇଁ ଏହି ଦିବସ ଦେଶବ୍ୟାପି ପାଳିତ ହୋଇଥାଏ। ୧୯୪୭ ଅଗଷ୍ଟ ୨୩ରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ରକ୍ଷା ସମିତି ପକ୍ଷରୁ ଶହୀଦ୍‌ ପରିବାରଙ୍କ କଲ୍ୟାଣ ଲାଗି ଏକ ପ୍ରସ୍ତାବ ଅଣାଯାଇଥିଲା। ପରେ ଏହାକୁ ଫ୍ଲାଗ୍‌ ଡେ ଭାବେ ପାଳନ କରାଗଲା। ୧୯୯୩ଠାରୁ ଏହି ଦିନଟି ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ ଭାବେ ପାଳିତ ହେଉଛି।

Share