ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ…

ତୁଳସୀ ପତ୍ର ବା ଏହାର ରସ ନିୟମିତ ସେବନ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁସ୍ଥ ରୁହନ୍ତି ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି। କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ। ତେବେ ଆର୍ଥ୍ରାଇଟିସ୍‌ ପାଇଁ ଏହା ଖୁବ୍‌ ଉପକାରୀ।
-ଆୟୁର୍ବେଦ ଅନୁଯାୟୀ, ଯେଉଁମାନଙ୍କର ବ୍ରୋଙ୍କାଇଟିସ୍‌ ବା ଆଜ୍‌ମା ସମସ୍ୟା ରହିଛି, ସେମାନେ ନିୟମିତ ତୁଳସୀ ପତ୍ର ଚା’ ପିଇଲେ ଏଥିରୁ ମୁକ୍ତି ମିଳିଥାଏ।
-ତୁଳସୀ ଚା’ ଚିନ୍ତାମୁକ୍ତ ରଖିଥାଏ ବୋଲି କୁହାଯାଏ।
-ଡାଇବେଟିସ୍‌ ସମସ୍ୟା ଥିଲେ ନିୟମିତ ତୁଳସୀ ପତ୍ରରୁ ପ୍ରସ୍ତୁତ ଚା’ ପିଇବା ଭଲ।
-ତୁଳସୀରେ ଥିବା ଆଣ୍ଟି ଇନଫ୍ଲାମେଣ୍ଟାରି ଗୁଣ ଆର୍ଥ୍ରାଇଟିସ୍‌ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।