Categories: ଜାତୀୟ

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ: ଋଣଭାର ଯୋଗୁ ଆତ୍ମହତ୍ୟା କଲେ ବିଲ୍ଡର

ଅହମ୍ମଦାବାଦ୍‌,୧୦।୯: ଦେଶରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁ ବିଭିନ୍ନ କ୍ଷେତ୍ରରେ କାରବାର ହ୍ରାସ ପାଇବାରେ ଲାଗିଛି। ସୁରଟର ଜଣେ ବିଲ୍ଡରଙ୍କ କାରବାର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯୋଗୁ ବନ୍ଦ ହୋଇଯାଇଥିଲା। ସେ ନିଜ ପ୍ରୋଜେକ୍ଟ ଲାଗି ବିଭିନ୍ନ ଆର୍ଥିକ ସଂସ୍ଥାଠାରୁ ନେଇ ଥିବା ଋଣ ସୁଝିବାକୁ ଅକ୍ଷମ ଥିଲେ। ଫଳରେ ମାନସିକ ସନ୍ତୁଳନ ହରାଇ ସେ ଫାଶିଦେଇ ଆତ୍ମହତ୍ୟା କରିଛନ୍ତି। ହରିଶ୍‌ ଭାଇ ଶାମଜୀ ଭାଇ ରଓ୍ବାଣୀଙ୍କ ଉପରେ ଋଣ ଭାର ବଢ଼ିଚାଲିଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ସେ ଜୀବନ ହାରି ଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।

Share