ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ ଯୋଗୁ ଚାକିରି ହରାଉଛନ୍ତି ଶହେ: ସୃଷ୍ଟି ହେଉଛି ମାତ୍ର ୧୦ ନିଯୁକ୍ତି ସୁଯୋଗ

ଓ୍ବାଶିଂଟନ,୩।୧୦: ପ୍ରତିଟି କ୍ଷେତ୍ରରେ ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ର ପ୍ରଭାବ ଦେଖିବାକୁ ମିଳୁଛି। ଏହା ଯୋଗୁ ସ୍ବାସ୍ଥ୍ୟ ସେବା, ଆର୍ଥିକ କ୍ଷେତ୍ର, ଅନ୍‌ଲାଇନ୍‌ ଶପିଂ ସମେତ ବହୁ କ୍ଷେତ୍ରରେ  ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ଦ୍ୱାରା ହିଁ କରାଯାଉଛି। ଏହାଯୋଗୁ ଅନେକ ଚାକିରି ହରାଉଛନ୍ତି। ଜାପାନ ଓ ଚାଇନା ଭଳି କେତେକ ଦେଶରେ ହୋଟେଲରେ ଖାଦ୍ୟ ପରସିବା, ଅତିଥିଙ୍କୁ ସ୍ବାଗତ କରିବା ଆଦି କାର୍ଯ୍ୟରେ ରୋବଟକୁ ବ୍ୟବହାର କରାଯାଉଛି। ଏପରି କରାଯିବା ଯୋଗୁ ବେକାର ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ରୋବଟକୁ ରିମୋଟ ତଥା କମ୍ପ୍ୟୁଟର ସହାୟତାରେ ପରିଚାଳନା କରାଯାଉଛି। ପୂର୍ବରୁ ଯାହା ମଣିଷ କରୁଥିଲା ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ ଯୋଗୁ ତାହା କମ୍ପ୍ୟୁଟର ଏବଂ ରୋବଟ ଦ୍ୱାରା ନିର୍ଭୁଲ୍‌ ଭାବେ କରାଯାଇପାରୁଛି। ତେବେ ଏହା ମଣିଷ ସମାଜ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମନୁଷ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ ଯୋଗୁ ଏବେ ସ୍ବୟଂ ମଣିଷ ବେକାର ହୋଇଯାଇଛି। ଏହା ଅତି ଦୁଃଖର ବିଷୟ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ ଯୋଗୁ ପ୍ରତିଦିନ ଶହେ ଜଣ ଚାକିରି ହରାଉଛନ୍ତି। ଅପରପକ୍ଷରେ ଏଭଳି କ୍ଷେତ୍ର ପାଇଁ ମାତ୍ର ୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share