Categories: ଖେଳ

ଆର୍ଚରଙ୍କ ବର୍ଣ୍ଣବୈଷମ୍ୟ ଅଭିଯୋଗ: ପୋଲିସକୁ ତଦନ୍ତ ଭାର

ହାମିଲଟନ,୩।୧୨(ଏଏଫ୍‌ପି)- ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟବେଳେ ଜଣେ ଦର୍ଶକ ଭ୍ରମଣକାରୀ ଦଳର ପେସର ଜୋଫ୍ରା ଆର୍ଚରଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଭେଦଭାବ କରି କମେଣ୍ଟ କରିଥିଲେ। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡସି) ଅଫିସିଆଲ ନ୍ୟୁଜିଲାଣ୍ଡ ପୋଲିସକୁ ତଦନ୍ତ ଭାର ଦେଇଛନ୍ତି। ପୋଲିସରେ ମାମଲା ରୁଜୁ କରାଯିବା ପରେ ସିସିଟିଭି ଫୁଟେଜ ଓ ଅଡିଓକୁ ଟେପ ଯାଞ୍ଚ କରିବା ସହ ଦର୍ଶକଙ୍କୁ ପଚରାଉଚରା କରାଯାଉଛି ବୋଲି ଏନ୍‌ଜେଡସି କାର୍ଯକାରୀ ମୁଖ୍ୟ ଡେଭିଡ ହ୍ବାଇଟ୍‌ କହିଛନ୍ତି। ଗତ ସପ୍ତାହରେ ମାଉଣ୍ଟ ମାଉଙ୍ଗୁନୁଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟବେଳେ ଆର୍ଚର ବର୍ଣ୍ଣ ବୈଷମ୍ୟ ଭେଦଭାବର ସମ୍ମୁଖୀନ ହୋଇଥିବା ଟୁଇଟର ଜରିଆରେ ଅଭିଯୋଗ ଆଣିଥିଲେ। ହ୍ବାଇଟ ଆହୁରି କହିଛନ୍ତି, ଏନ୍‌ଜେଡ୍‌ସି ବହୁ ତଥ୍ୟ ସଂଗ୍ରହ କରିଥିଲା। ଏଥିରୁ କେଉଁ ଦର୍ଶକ ଏଥିନେଇ ଦାୟୀ ତାଙ୍କୁ ପୋଲିସ ଠାବ କରିବ ବୋଲି ନିଶ୍ଚିତ ଅଛୁ। ଦୋଷୀଙ୍କୁ ଲମ୍ବା ସମୟ ପାଇଁ ଅନ୍ତର୍ଜାତୀୟ ଭେନ୍ୟୁରୁ ବାସନ୍ଦ କରାଯିବ।

Share