Categories: ଖେଳ

ଆର୍ଚରଙ୍କ ଉପରେ ଲାଗିପାରେ ବ୍ୟାନ

ସେଞ୍ଚୁରିଆନ, ୨୮।୧୨- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଚେତାବନୀ ସତ୍ତ୍ୱେ ବିମର ମାରିବା କାରଣରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚର ବାସନ୍ଦ ହୋଇପାରନ୍ତି। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ସେ ଲଗାତର ଦୁଇଟି ବିମର ପକାଇଥିଲେ। ଏହି ଘଟଣା ୧୯ତମ ଓଭରରେ ଘଟିଥିଲା। ଓଭର ୫ମ ବଲରେ ନକଲ ବଲ ପକାଇବା ଉଦ୍ୟମ କରୁଥିବାବେଳେ ହାତରୁ ବଲ ଖସି ଯାଇଥିଲା। ଏହାକୁ ଅମ୍ପାୟର ନୋ ବଲ ଦେଇଥିଲେ। ପରବର୍ତ୍ତୀ ବଲ ମଧ୍ୟ ସେ ବିମର ମାରିଥିଲେ। ଅଳ୍ପକେ ବର୍ତ୍ତିଯାଇଥିଲେ ବ୍ୟାଟ୍ସମ୍ୟାନ ଏନରିଚ ନର୍ଟଜି। ବଲକୁ ନୋ ବଲ ଦେଇ ନ ଥିଲେ ମଧ୍ୟ ଅମ୍ପାୟର ଆର୍ଚରଙ୍କୁ ବଲ ପକାଇବାକୁ ମନା କରିଥିଲେ। ତେବେ ତାଙ୍କ ବାସନ୍ଦାଦେଶ ସମ୍ପର୍କରେ ଆଇସିସି ମ୍ୟାଚ୍‌ ଶେଷ ହେବା ପରେ ନିଷ୍ପତ୍ତି ନେବ।

Share