ଆରୋଗ୍ୟ ସେତୁ ଆପ୍‌ର ରେକର୍ଡ: ୪୫ ଦିନରେ ୧୩ କୋଟି ଡାଉନଲୋଡ୍‌

ନୂଆଦିଲ୍ଲୀ, ୧୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପ୍‌ ଜାରି କରାଯାଇଛି। ଗତ ୪୫ ଦିନ ମଧ୍ୟରେ ଏହି ଆପ୍‌କୁ ୧୩ କୋଟିରୁ ଅଧିକ ଥର ଡାଉନଲୋଡ୍‌ କରାଯାଇଛି। ଏହୀ ଆପ୍‌ ଏପ୍ରିଲ୍‌ ୨ରେ ଶୁଭାରମ୍ଭ ହୋଇଥିଲା। ଏହା ଦ୍ୱାରା ନିକଟରେ ଥିବା କରୋନ ସଂକ୍ରମିତଙ୍କ ସମ୍ପର୍କରେ ସତର୍କ ସୂଚନା ମିଳିପାରୁଥିବାରୁ ଅଧିକ ଲୋକ ଏଥି ପ୍ରତି ଆକର୍ଷିତ ହେଉଥିବା କୁହାଯାଉଛି। ଏପ୍ରିଲ୍‌ ୧୪ରେ ଏହି ଆପ୍‌କୁ ଡାଉନଲୋଡ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ୍‌ କରିଥିଲେ। ଏହାକୁ ଲୋକପ୍ରିୟତାକୁ ନେଇ କୁହାଯାଉଛି ଯେ, ଟେଲିଫୋନ୍‌ ୭୫ ବର୍ଷ ମଧ୍ୟରେ ୫ କୋଟି ଗ୍ରାହକ ସୃଷ୍ଟି କରିଥିବାବେଳେ ରେଡ଼ିଓ ୩୮ ବର୍ଷରେ ୫ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଥିଲା। ସେହିପରି ଟିଭି ୧୩ ବର୍ଷରେ ୫ କୋଟି ଲୋକଙ୍କ ପାଖରେ ପହଞ୍ଚିଥିଲା। ପୋକେମନ୍‌ ୧୯ ଦିନରେ ୫ କୋଟି ଗ୍ରାହକ ସୃଷ୍ଟି କରିଥିବାବେଳେ ଆରୋଗ୍ୟ ସେତୁ ଆପ୍‌ ମାତ୍ର ୫ଦିନରେ ୫କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଛି।

Share