ମନ୍ତ୍ରଧ୍ୱନିରେ କମ୍ପୁଛି କାମାକ୍ଷାନଗର

କାମାକ୍ଷାନଗର, ୮।୧୦(ନି.ପ୍ର.)-ଆଜି ପବିତ୍ର ଦଶହରା। ମନ୍ତ୍ରଧ୍ୱନି, ଚଣ୍ଡୀପାଠ, ହୋମଯଜ୍ଞରେ କମ୍ପୁଛି ପୂଜାମଣ୍ଡପ। ମା’ଙ୍କ ଏହି ଶାରଦୀୟ ମହୋତ୍ସବରେ ନିଜକୁ ସାମିଲ କରିଛି କାମାକ୍ଷାନଗର। ସୋମବାର ମହାନବମୀ ପରେ ମଙ୍ଗଳବାର ପାରମ୍ପରିକ ନୀତି ଅନୁଯାୟୀ ମହାଦଶମୀ ପୂଜା ଆରମ୍ଭ ହୋଇଛି। ମା’ଙ୍କ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଉଠିଛି ପ୍ରତିଟି ମଣ୍ଡପ।
ଅଞ୍ଚଳର ୧୫ ପୂଜାମଣ୍ଡପରେ ଧୁମ୍‌ଧାମରେ ପୂଜାର୍ଚ୍ଚନା ଚାଲିଛି। ମୁଣ୍ଡିଦେଉଳି, ଜଗନ୍ନାଥ ବଜାର, ତରୁଣ ବଜାର, ଲକ୍ଷ୍ମୀ ବଜାର, ମେନ୍‌ରୋଡରେ ଦେବୀଙ୍କ ଆବାହନ କରାଯାଉଥିବାବେଳେ ଅନ୍ୟ ମଣ୍ଡପଗୁଡ଼ିକରେ ହରପାର୍ବତୀ ଏବଂ ମହାବୀର ହନୁମାନ ପୂଜା ପାଉଛନ୍ତି। ଦଶହରା ଉପଲକ୍ଷେ ସହରର ସର୍ବପୁରାତନ ପୂଜା ପ୍ରତିଷ୍ଠାନ ମୁଣ୍ଡିଦେଉଳିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୂଜା କମିଟି ପକ୍ଷରୁ କାମାକ୍ଷା ପ୍ରସାଦ ପଣ୍ଡା, ସ୍ମୃତିପଦ ନନ୍ଦ, ଦେବୀପ୍ରସାଦ ପାଣି, ବ୍ରଜବନ୍ଧୁ ବେହେରା, ସୁନୀଲ ପଟ୍ଟନାୟକ, ରଣଜିତ ସାହୁ, ପ୍ରଭାତ ବେହେରା, ପ୍ରତାପ ସାହୁ ପ୍ରମୁଖ ଏଥିରେ ସହଯୋଗ କରୁଛନ୍ତି।
ସେହିପରି ଅନ୍ୟ ପୂଜା ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପୂଜା ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ତାହାକୁ ନଜରରେ ରଖି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଅଧିକାଂଶ ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସେହିପରି ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଛି। ରାତିରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ରହିଛି।
ଅନ୍ୟପଟେ ବୁଧବାର ବିଦାୟ ନେବେ ମା’ ଦଶଭୂଜା। ଏହାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରଶାସନକୁ ସହଯୋଗ କରିବାକୁ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଥାନାଧିକାରୀ ଅଭିନବ ଡାଳୁଆ ସହରବାସୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri