ଆରମ୍ଭ ହେଲା ଇ-ବସ୍‌ ‘ଡେମୋ ରନ୍‌’

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଭୁବନେଶ୍ୱରରେ ଶନିବାରଠାରୁ ଇ-ବସ୍‌ର ଡେମୋ ରନ୍‌ ଆରମ୍ଭ ହୋଇଛି। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ) ଏହି ବସ୍‌ ସେବା ଯୋଗାଇବାକୁ ଥିବାବେଳେ ଏହା ପୂର୍ବରୁ ହାଇଦ୍ରାବାଦର ଜଣେ ବିଡ଼ର ଦ୍ୱାରା ପ୍ରଥମେ ଆସିଥିବା ଇ-ବସ୍‌ ଡେମୋ ମଡେଲକୁ ରାଜଧାନୀ ରାସ୍ତାରେ ଚଲାଯାଇଛି। ଅପରାହ୍ନ ୨ଟାରେ ମାଷ୍ଟର କ୍ୟାଣ୍ଟିନ୍‌ରୁ ଇ-ବସ୍‌ର ଡେମୋ ରନ୍‌ ଆରମ୍ଭ ହୋଇଥିବାବେଳେ ରୁଟ ନଂ.୨୦ରେ ବାଣୀବିହାର ଦେଇ ଏହା ଖୋର୍ଦ୍ଧା ଅଭିମୁଖେ ଯାଇଥିଲା। ଅନୁରୂପ ଭାବେ ରବିବାର ଉକ୍ତ ବସ୍‌ଟି ମାଷ୍ଟର କ୍ୟାଣ୍ଟିନ୍‌ରୁ ବାହାରି ରୁଟ୍‌ ନଂ. ୧୨ରେ ଜୟଦେବ ବିହାର ଦେଇ ନନ୍ଦନକାନନ ଯିବ। ଉକ୍ତ ବିଡର ଏହି ବସ୍‌କୁ ୧୦ ଦିନ ପାଇଁ ଡେମୋ ରନ୍‌ କରାଇବେ ବୋଲି କ୍ରୁଟ ପକ୍ଷରୁ ଜଣାପଡ଼ିଛି।

କ୍ରୁଟ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି, ଇ-ବସ୍‌ଟି ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣ ମୁକ୍ତ। ଚାର୍ଜ ପାଇଁ ସେସୁ ସହ ଆଲୋଚନା ସରିଛି। ସିସିଟିଭି ବ୍ୟବସ୍ଥା ସହ ସମସ୍ତ ସିଟ୍‌ ନିକଟରେ ଚାର୍ଜିଂ ପଏଣ୍ଟ ରହିଛି। ବସ୍‌ରେ ଷ୍ଟପ୍‌ ବଟନ୍‌ ଦିଆଯାଇଛି। ବସ୍‌ଟି ଶୀତତାପ ନିୟନ୍ତ୍ରିତ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମୋ’ ବସ୍‌ ପରିଚାଳନା କରୁଥିବା କ୍ରୁଟ ଦେଶର ନଂ .୧ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ଭାବେ ପୁରସ୍କୃତ ହୋଇଛି। ତେଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳିବାକୁ ଥିବା ଇ-ବସ୍‌ର ଦାୟିତ୍ୱ ମଧ୍ୟ କ୍ରୁଟକୁ ଦିଆଯାଇଛି। ଏହି ବସ୍‌ ଚଳାଚଳ ପାଇଁ ଏବେ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶରୁ ବହୁ ଉଦ୍ୟୋଗୀ ଓ ସଂସ୍ଥା ନିଜର ଇ-ବସ୍‌ ମଡେଲକୁ ଡେମୋ ରନ୍‌ ଦ୍ୱାରା ଦେଖାଇବେ। ପ୍ରତିଦିନ ଉକ୍ତ ବସ୍‌ରେ କେବଳ ବାଲି ବସ୍ତା ରଖାଯାଇ ସହରରେ ବୁଲାଯିବ। ଆଗକୁ ଅନ୍ୟ ବିଡରମାନେ ସେମାନଙ୍କ ଇ-ବସ୍‌ ମଡ଼େଲକୁ ରାଜଧାନୀ ରାସ୍ତାରେ ଡେମୋ ରନ୍‌ କରାଇବେ। ଏହାପରେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ବିଡର ୫୦ ଇ-ବସ୍‌ ଯୋଗାଇବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରଡ଼ା ଘାଟିରେ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ୫୦ ଫୁଟ ଗାତକୁ ଖସିଲା ଟ୍ରକ

ରାଇକିଆ,୧୯।୨(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ଘାଟିର ୫୦ ଫୁଟ ଘାଟି ତଳକୁ ଖସିଯାଇଛି।…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ମା’ଝିଅଙ୍କୁ ଜାଳିଦେଲେ ସମ୍ପର୍କୀୟ: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାଞ୍ଚି,୧୯ା୨:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କାଲାଇୟା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ହତ୍ୟା…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri