Categories: ଜାତୀୟ

ଆରମ୍ଭ ହେବ ଠାକ୍‌ରେ ଶାସନ: ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଜାତୀୟ ସ୍ତରୀୟ ନେତାଙ୍କୁ କରାଯିବ ନିମନ୍ତ୍ରଣ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପାର୍କରେ ଅତିଥିଙ୍କ ପାଇଁ ୭୦ ହଜାରରୁ ଅଧିକ ଚେୟାର ପକାଯିବାର ବ୍ୟବସ୍ଥା ହୋଇଛି। ୬ ହଜାର ବର୍ଗଫୁଟ ମଞ୍ଚ ଉପରେ ଜାତୀୟ ସ୍ତରୀୟ ନେତାଙ୍କ ଲାଗି ଶହେଟି ଚେୟାର ପକାଯିବ। ଉତ୍ସବରେ ଯୋଗଦେବା ପାଇଁ କେଉଁ କେଉଁ ନେତାଙ୍କୁ ନିମନ୍ତ୍ରଣ କରାଯିବ ତାହାର ତାଲିକା ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରସ୍ତୁତ କରୁଛନ୍ତି। ଏଥିରେ ଯୋଗଦେବା ଲାଗି ରାଜ୍‌ ଠାକ୍‌ରେ, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ବାଲ, ଚନ୍ଦ୍ରାବାବୁ ନାଇଡୁ, ଅଶୋକ ଗେହଲଟ୍‌, ଅଖିଳେଶ ଯାଦବ, ଏଚ.ଡି. ଦେବଗୌଡ଼ା ପ୍ରମୁଖଙ୍କ ପାଖକୁ ନିମନ୍ତ୍ରଣ ପଠାଯିବ ବୋଲି କୁହାଯାଉଛି। ତେବେ ରାହୁଲ ଗାନ୍ଧୀଙ୍କ ଯୋଗ ଦେବା ନେଇ ଏବେ ସସ୍‌ପେନ୍ସ୍‌ ଜାରି ରହିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ ପଠାଯିବା ନେଇ ଚର୍ଚ୍ଚା ହେଉଛି।

Share