Categories: ଖେଳ

ଆରବ ସାଗରରେ ଭାରତର ପ୍ରଥମ ଫ୍ଲୋଟିଂ ବାସ୍କେଟବଲ୍‌ କୋର୍ଟ

ମୁମ୍ବାଇ, ୩।୧୦- ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ (ଏନ୍‌ବିଏ) ଭାରତକୁ ପ୍ରଥମ ଫ୍ଲୋଟିଂ ବାସ୍କେଟକଲ କୋର୍ଟ ବାନ୍ଦ୍ରା ଓ୍ବର୍ଲି ସିଲିଙ୍କସ୍ଥିତ ଆରବ ସାଗରକୁ ଆଣିଛି। ଏନ୍‌ବିଏର କିମ୍ବଦନ୍ତୀ ଖେଳାଳି ଜାସନ ଓ୍ବିଲିଅମ୍ସଙ୍କ ସମେତ କେତେକ କ୍ରୀଡ଼ାପ୍ରେମୀ ଫ୍ଲୋଟିଂ ବାସ୍କେଟବଲ୍‌ କୋର୍ଟରେ ଏହାର ମଜା ଉଠାଇଛନ୍ତି। ଚାରି ହଜାର ସ୍କୋୟାର ଫୁଟ୍‌ର ଜାଗାରେ ଏହି ବାସ୍କେଟବଲ ଫ୍ଲୋର ନିର୍ମାଣ ହୋଇଛି। ଏହାର ଚତୁଃପାର୍ଶ୍ୱରେ ତାର ଜାଲିରେ ଓ୍ବାଲ୍‌ ନିର୍ମାଣ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରଥମ ଏନ୍‌ବିଏ ମ୍ୟାଚ୍‌ ସ୍ଥାନୀୟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ଓ ଶନିବାର ୨ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସାକ୍ରାମେଣ୍ଟୋ କିଙ୍ଗ୍ସ ଓ ଇଣ୍ଡିଆନ ପେସର୍ସ ମଧ୍ୟରେ ଏହି ୨ଟି ପ୍ରି-ସିଜନ ମ୍ୟାଚ୍‌ ଖେଳାଯିବ।

Share