ଆରତି ମାଉସୀଙ୍କ ‘ଭୋଜନାଳୟ’

ଭୋଗରାଇ, ୨୧।୩(ପ୍ରଦୀପ ଦାସ)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖ ଭାଗରେ ରହିଛି ଏକ ଭୋଜନାଳୟ। ବାହାରେ ନାହଁ ଅନ୍ୟ ଭୋଜନାଳୟ ଭଳି କିଛି ଚାକଚକ୍ୟ। ନଡ଼ା ଛପର ମିଶା ଆଜବେଷ୍ଟସ ଘର। ଏହା ଭିତରେ ଚାଲିଥିବା ଭୋଜନାଳୟ ଗ୍ରାହକଙ୍କ ଲାଗି ଆକର୍ଷଣ ସାଜିଛି। ୭୦ବର୍ଷର ବୃଦ୍ଧା ଆରତିଙ୍କ ହାତରନ୍ଧା ଖାଇବା ଲାଗି ଏଠି ଗ୍ରାହକମାନେ ଭିଡ଼ ଜମାଇଥାନ୍ତି । ଅନେକ ତାଙ୍କୁ ଶ୍ରଦ୍ଧାରେ ଆରତି ମାଉସୀ ଡାକିଥାନ୍ତି।
ଆରତି ବୃଦ୍ଧା ହୋଇଥିଲେ ବି ନିତିଦିନ ପରିଶ୍ରମ କରି ରୋଷେଇ କାର୍ଯ୍ୟ କରିଥାନ୍ତି। ଅସୁସ୍ଥତା ପାଖରେ କେବେ ବି ହାର ମାନି ନାହାନ୍ତି। ତାଙ୍କ ଶ୍ରମଦାନ ଓ ପରିବାର ପ୍ରତି ତ୍ୟାଗ ଯୋଗୁ ଉକ୍ତ ଭୋଜନାଳୟ ଉପରେ ୫ ପ୍ରାଣୀ ନିର୍ଭର କରି ଚଳୁଛନ୍ତି। ମହିଳାମାନେ ବୋଝ ନ ହୋଇ ପରିବାରକୁ ବି ରୋଜଗାରର ବାଟ ଦେଖାଇ ପାରନ୍ତିି ତାହା ସେ ପ୍ରମାଣ କରି ଦେଖାଇଛନ୍ତି ।
ସେ କୁହନ୍ତି, ବିବାହ ପରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ସ୍ବାମୀଙ୍କ ସହିତ ମିଶି ରୋଜଗାର ପାଇଁ ସେ ଘରୁ ଗୋଡ଼ କାଢ଼ିଥିଲେ। ସେ ସମୟରେ ବ୍ରାହ୍ମଣ କୁଳର କୌଣସି ମହିଳା ବାହାରକୁ ଗୋଡ଼ କାଢ଼ିବା ସହଜ ନ ଥିଲା। ସାମାଜିକ ପ୍ରତିବନ୍ଧକକୁ ଖାତିର ନ କରି ଆରତି ସ୍ବାମୀଙ୍କ ସହିତ ରୋଜଗାର କରି ଛୁଆପିଲାଙ୍କ ଲାଗି ଦାନାକନା ଯୋଗାଡ଼ କରିବା ଲକ୍ଷ୍ୟରେ ୫୦ବର୍ଷ ପୂର୍ବେ ଜଳେଶ୍ୱରରେ ଏକ ଭୋଜନାଳୟ ଆରମ୍ଭ କରିଥିଲେ। ସେତେବେଳେ ପ୍ରତି ମିଲ୍‌ର ଦାମ୍‌ ଥିଲା ୫୦ ପଇସା। ଦୁଃଖକଷ୍ଟେ ପରିବାର ପୋଷଣ କରୁଥିବା ଏହି ଦମ୍ପତି ସେଠାରୁ ଭୋଗରାଇ ଆସି ଥାନା ଛକରେ ଏକ ଭୋଜନାଳୟ ଖୋଲିଥିଲେ। ପରେ ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ପରେ ଦରଦାମ୍‌ ବଢିବା ଯୋଗୁ ଏବେ ୫୦ ଟଙ୍କାରେ ପ୍ରତି ମିଲ ବିକ୍ରି କରୁଛନ୍ତି। ଭୋଗରାଇରେ ଦୀର୍ଘ ୪୦ରୁ ଊର୍ଦ୍ଧ୍ୱ ବର୍ଷ ରହଣି କାଳ ମଧ୍ୟରେ ସେ ଭୋଜନାଳୟରୁ ରୋଜଗାର କରି ଦେହୁର୍ଦ୍ଦାଠାରେ ୧୨ ଡିସିମିଲର ଏକ ଜାଗା କିଣି ପକ୍କାଘର କରିବା ସହିତ ଦୁଇଝିଅଙ୍କୁ ବିବାହ ଦେବା ପରେ ପୁଅ ବାହାଘର କରି ନାତୁଣୀଙ୍କୁ ନେଇ ସଂସାର ଚଳାଉଛନ୍ତି। ସ୍ବାମୀ ଖୁଦିରାମ ଦାଶ ଆରପାରିକୁ ଚାଲିଯିବା ପରେ ଆରତି ଏବେ ପରିବାରର ସବୁ କଥା ବୁଝିବା ସହ ଭୋଜନାଳୟର କାର୍ଯ୍ୟକୁ ମୁଖ୍ୟ ଭାବେ ପରିଚାଳନା ଓ ତଦାରଖ କରୁଛନ୍ତି। ତାଙ୍କ ପୁଅ, ବୋହୂ ଓ ଦୁଇନାତି ସହାୟତା କରୁଛନ୍ତି।
ଆରତିଙ୍କ କହିବା ହେଲା ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ରଖିଲେ ଯେ କୌଣସି କାର୍ଯ୍ୟରେ ସଫଳତା ମିଳିବ। ଜୀବନ ଜିଇବାର ସଂଘର୍ଷ ଭିତରେ ବଞ୍ଚିବାରେ ଭିନ୍ନ ଆନନ୍ଦ ଥାଏ । ତାଙ୍କ ଭୋଜନାଳୟ ପରିବାରର ୫ଜଣଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇଛି। ସୂର୍ଯ୍ୟୋଦୟ ପୂର୍ବରୁ ସେ ବିଛଣା ତ୍ୟାଗ କରି ପୁଅ, ବୋହୂ, ନାତିଙ୍କୁ ନେଇ ଦୋକାନରେ ପହଞ୍ଚିଯାଆନ୍ତି। ଏହି ଭୋଜନାଳୟକୁ ସେ ‘ଲକ୍ଷ୍ମୀ’ ଭାବି କାର୍ଯ୍ୟ କରିଥାନ୍ତି। ୫୦ଟଙ୍କାରେ ଭାତ ସହିତ ମାଛ ଝୋଳ, ଖଟା ଓ ଅନ୍ୟାନ୍ୟ ୫ ପ୍ରକାର ତରକାରି ଖାଉଟିଙ୍କୁ ଦେଇଥାନ୍ତି। ଏଥିସହିତ ମାଛଭଜା ସାଙ୍ଗକୁ ମାଛମଞ୍ଜିକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିଥାନ୍ତି, ଯାହାର ସ୍ବାଦ ନିଆରା। ଦୈନିକ ହାରାହାରି ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଉକ୍ତ ଭୋଜନାଳୟରୁ ରୋଜଗାର ହୋଇପାରୁଛି। ବିବାହ ଉତ୍ସବ ଏବଂ ଆନୁଷ୍ଠାନିକ କାର୍ଯ୍ୟ ଲାଗି ରୋଷେଇ ବରାଦ ମିଳିଲେ ଅଧିକ ରୋଜଗାର ହୋଇଥାଏ। ସେ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରୁଥିବାରୁ ଏବଂ ତାଙ୍କ ତରକାରି ଭିନ୍ନ ସ୍ବାଦର ହୋଇଥିବାରୁ ଦୂରଦୂରାନ୍ତରୁ ଆସୁଥିବା ବ୍ୟକ୍ତିମାନେ ତାଙ୍କ ଭୋଜନାଳୟ ଆସି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। କୌଣସି ଦୀନଦୁଃଖୀ ବା ଭୋକିଲା ଲୋକଙ୍କୁ ଦେଖିଲେ ସେ ବିନାମୂଲ୍ୟରେ ଖାଇବାକୁ ଦେଇଥାନ୍ତି। କର୍ମଦକ୍ଷତା ଓ ମହତପଣିଆ ଲାଗି ଆରତି ଏଠି ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri