ଆରଡ଼ିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆରଡି,୨୫ା୪(ଡି.ଏନ୍‌.ଏ.)- ଭଦ୍ରକ ଜିଲାର ଆରଡି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିିଆ ଶଟ୍‌ଡାଉନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛିା ଗୁରୁବାର ଆରଡି ଫାଣ୍ଡି ପୋଲିସ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗା ଓ ଗାଁରେ ଶଟ୍‌ଡାଉନ ନିୟମକୁ ଲୋକମାନେ କେତେ ମାନୁଛନ୍ତି ତାହା ଉପରେ କଡ଼ା ନଜର ରଖିଛି । ଚାନ୍ଦବାଲି ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ସକାଳୁ ବିଭିନ୍ନ ସ୍ଥାନରେ ପହଞ୍ଚି ନିୟମକୁ ଅଧିକ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ତେବେ କଁ।ଭଁ। କେହିକେହି ଘରୁ ପଦାକୁ ବାହାରୁଥିଲେ ମଧ୍ୟ ଅଧିକାଂଶ ଲୋକେ ଏହି ନିୟମ ମାନି ଘରେ ରହିଥିବା ଦେଖିବାକୁ ମିଳିଥିଲା। ଆରଡି ଅଞ୍ଚଳବାସୀ ଶଟଡାଉନ ନିୟମ ପାଳନ କରୁଥିବା ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ସୂଚନା ଦେଇଛନ୍ତି।