ଆମ୍ରିରେ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା ଶୁଭାରମ୍ଭ ହୋଇଛି। ଏହି ନୂଆ ଫାସିଲିଟି ଦ୍ୱାରା ହସ୍ପିଟାଲ ପରିସରରେ ଏକ ସୁପର ସୋନିକ ଇମେଜ ମେଶିନ ସ୍ଥାପନ କରାଯାଇଛି। ଯକୃତ,ସ୍ତନ ଏବଂ ଥାଇରଏଡ ଇଲାଷ୍ଟୋଗ୍ରାଫିର ଚିହ୍ନଟ କରିବାରେ ଏହା ବେଶ ସହାୟକ ହେବ। ମେଶିନରେ ଇନବିଲ୍ଟ ଥିବା ଏଲ୍‌ଓଜିଆଇକ୍ୟୁ ଏସ୍‌୮ ଅଲ୍ଟ୍ରା ସାଉଣ୍ଡ ମେଶିନ ଦ୍ୱାରା ଏବେ ଯକୃତ ଅନିୟମିତତା, ସ୍ତନ ଏବଂ ଥାଇରଏଡ ଇଲାଷ୍ଟୋଗ୍ରାଫି ମପାଯାଇ ପାରିବ। ଏହାକୁ ହସ୍ପିଟାଲର ତାଲିମପ୍ରାପ୍ତ ଏବଂ ଅଭିଜ୍ଞ ଡାକ୍ତରମାନେ ପରିଚାଳନା କରୁଛନ୍ତି। ଏହି ପରୀକ୍ଷା ସମୟରେ ପେଶୀ ଅନିୟମିତତା, ଏହାର ପରିମାଣକୁ ଗୁଣାତ୍ମକ କଲର କୋଡେଡ ମ୍ୟାପରେ ପ୍ରଦାନ କରିବ। ଯାହା କିଲୋପାସ୍‌କାଲ୍‌ସରେ ପ୍ରଦର୍ଶିତ ହେବ। ଉନ୍ନତ ସ୍ବାସ୍ଥ୍ୟ ସେବା ଉପକରଣ ଦ୍ୱାରା ବିଶ୍ୱ ସ୍ତରୀୟ ସ୍ବାସ୍ଥ୍ୟ ସେବା ଯୋଗାଣ ଦିଗରେ ପ୍ରୟାସ ଜାରି ରହିବ ବୋଲି ଆମ୍ରି ହସ୍ପିଟାଲ୍ସର ଭୁବନେଶ୍ୱରର ୟୁନିଟ ମୁଖ୍ୟ ତଥା ଉପସଭାପତି ଡ.ଅନୁଜ ତିଓ୍ବାରୀ କହିଛନ୍ତି।