ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୃଦ୍ଧାଙ୍କୁ ବୁହାଗଲା

ବଲାଙ୍ଗୀର ଅଫିସ, ୨ା୩: ବଲାଙ୍ଗୀର ସହରରେ ଜବରଦଖଲ ଏବେ ଜୀବନ ମରଣ ସମସ୍ୟା ପାଲଟିଛି ା ସହର ଭିତର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ପଡାର ଗଳି ରାସ୍ତାଗୁଡିକ ଜବରଦଖଲ କାରଣରୁ ସଙ୍କୁଚିତ ହୋଇପଡିଛି ା ଏହି ସଙ୍କୁଚିତ ରାସ୍ତା ଯୋଗୁଁ ଅସୁବିଧା ସମୟରେ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡି ମଧ୍ୟ ପହଞ୍ଚତ୍ବା ନେଇ ଅସୁବିଧା ହେଉଥିବା ଦେଖାଯାଉଛି ା ରବିବାର ୱାର୍ଡ ନମ୍ବର ୭ ଅନ୍ତର୍ଗତ ରାମେଶ୍ୱରନଗରର ଜଣେ ବୃଦ୍ଧା ସୁନାଫୁଲ ମିଶ୍ର (୬୮) ଅସୁସ୍ଥ ହୋଇପଡିଥିଲେ ା ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା ା ମାତ୍ର ସଙ୍କୁଚିତ ରାସ୍ତା କାରଣରୁ ଆମ୍ବୁଲାନ୍ସ ତାଙ୍କ ଘର ପାଖକୁ ପହଞ୍ଚତ୍ ପାରି ନ ଥିଲା ା ଫଳରେ ଅସୁସ୍ଥ ବୃଦ୍ଧାଙ୍କୁ ପରିବାର ଲୋକେ ଓ ପଡାବାସୀ ପ୍ରାୟ ଅଧ କିଲୋମିଟର ଖଟିଆରେ ବୋହି ଆଣିବାକୁ ପଡିଥିଲା ା ଏହାପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପହଞ୍ଚା ଯାଇଥିଲା ା
ରବିବାର ପୂର୍ବାହ୍ନରେ ଦୀର୍ଘଦନରୁ ରୋଗାଗ୍ରସ୍ତ ସୁନାଫୁଲଙ୍କ ଦେହ ହଠାତ୍‌ ଉଦ୍‌ବେଗଜନକ ହୋଇପଡିଥିଲା ା ତାଙ୍କୁ ହସ୍ପିଟାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ ା ସଂକୀର୍ଣ୍ଣ ରାସ୍ତା କାରଣରୁ ଆମ୍ବୁଲାନ୍ସଟି ସୁନାଫୁଲଙ୍କ ଘର ପାଖକୁ ଯାଇ ନ ପାରି ପ୍ରାୟ ଅଧ କିଲୋକମିଟର ଦୂରରେ ଅଟକି ରହିଥିଲା ା ଏହାପରେ ପରିବାର ଲୋକେ ଚିନ୍ତାରେ ପଡିଥିଲେ। କିଭଳି ସୁନାଫୁଲଙ୍କୁ ଆମ୍ବଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବେ ଭାବି ପାଖପଡୋଶୀ ଯୁବକଙ୍କୁ ଠୁଳ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିଥିଲେ ା ଏହାପରେ ସୁନାଫୁଲଙ୍କୁ ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନିଆଯାଇ ପାରିଥିଲା ା ରାମେଶ୍ୱରନଗରର ଏହି ଗଳି ରାସ୍ତାକୁ ଘିକୁଣ୍ଡି ବନ୍ଧ ଆଡିଦେଇ ଜାତୀୟ ରାଜପଥକୁ ଏକ ଓସରିଆ ରାସ୍ତା ନିର୍ମାଣ କରିବା ପାଇଁ କିଛିଦିନ ପୂର୍ବରୁ ପଡାବାସୀ ଜିଲାପାଳଙ୍କୁ ଲିଖିତ ଜଣାଇଥିଲେ ା ବିଭିନ୍ନ ସମୟରେ ସ୍ବାସ୍ଥ୍ୟଜନିତ କାରଣ ଏବଂ ଅନ୍ୟାନ୍ୟ କାରଣରୁ ଏହି ଅଞ୍ଚଳକୁ ଗାଡମୋଟର ଯାଇପାରୁ ନ ଥିବାରୁ ପଡାବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ ା ଏହି ପଡାର ରାସ୍ତା ଏତେ ସଙ୍କୁଚିତ ହୋଇପଡିଛି ଯେ, ଅଗ୍ନିଶମ ବିଭାଗର ଗାଡି ମଧ୍ୟ ଏଠାକୁ ଆସିପାରିବ ନାହିଁ ା କୌଣସି ସମୟରେ ଦୁର୍ଘଟଣ ଘଟିଲେ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି ା ଫଳରେ ଜାତୀୟ ରାଜପଥରୁ ଏକ ଓସାରିଆ ରାସ୍ତା ଏଠାକୁ ସଂଯୋଗ କରିବାକୁ ପଡାବାସୀ ଦାବି ଜଣାଇଥିଲେ ା ରବିବାର ସୁନାଫୁଲ ମିଶ୍ର ଅସୁସ୍ଥ ହେବା ଓ ତାଙ୍କୁ ପ୍ରାୟ ଅଧ କିଲୋମିଟର ଧରି ଖଟିଆରେ ବୋହି ଆଣିବା ଘଟଣା ପରେ ତୁରନ୍ତ ଏହି ପଡାକୁ ଓସାରିଆ ରାସ୍ତା ନିର୍ମାଣ କରିବାକୁ ଦାବି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri