ଆମ୍ବପୁର ପ୍ରିମିୟର ଲିଗ୍‌, ଡେୟାରଡେଭିଲ୍ସ ଚାମ୍ପିୟନ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁର ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ଆମ୍ବପୁର ପ୍ରିମିୟର ଲିଗ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଗ୍ରାମର ମୃତ ଯୁବକ ରୁଦ୍ର ପ୍ରଧାନଙ୍କ ସ୍ମୃତିରେ ଏହି ମ୍ୟାଚ ଆରମ୍ଭ ହୋଇଥିଲା। ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ଆମ୍ବପୁର ବ୍ରଦର୍ସଷ୍ଟାର ଓ ଆମ୍ବପୁର ଡେୟାରଡେଭିଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲ। ବ୍ରଦର୍ସଷ୍ଟାର ଟସ୍‌ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଡେୟାର ଡେଭିଲ୍ସ ୧୦ ଓଭରରେ ୪ ଉଇକେଟ ହରାଇ ୯୩ ରନ କରିଥିଲା। ବ୍ରଦର୍ସ ଷ୍ଟାର ନିର୍ଦ୍ଧାରିତ ୧୦ ଓଭର ଖେଳି ୯୧ ରନ କରିବାକୁ ସକ୍ଷମ ହୋଇଥିଲା। ଉଦ୍‌ଯାପନି ଉସତ୍ବରେ ଜରଡା ମେଡିକାଲ ଡାକ୍ତର ବି.କିରନ କୁମାର ସୁବୁଦ୍ଦି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଆମ୍ବପୁର ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ, ବୃନ୍ଦାବନ ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ରନର୍ସଅପ୍‌ ଦଳକୁ ୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

Share