Posted inଫୁରସତ

ଆମେରିକୀୟ ବ୍ଲଗରଙ୍କ ଭିଡିଓକୁ ୩୨ ମିଲିୟନ ଭ୍ୟୁ: ଭୁଲରେ ଅପରିଚିତଙ୍କୁ କୁଣ୍ଢାଇ ଅଡ଼ୁଆରେ ପଡ଼ିଥିଲେ

ଆମେରିକୀୟ ବ୍ଲଗର ମେରି କ୍ୟାଥେରିନ ବ୍ୟାକ୍‌ଷ୍ଟ୍ରମଙ୍କ ସହ ଘଟିଥିବା ଏକ ମଜାଦାର ଘଟଣା ସମ୍ପର୍କିତ ଭିଡିଓ ସମ୍ପ୍ରତି ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି। ସେ କିଭଳି ଭୁଲରେ ଜଣେ ଅପରିଚିତଙ୍କୁ କୁଣ୍ଢାଇ ପକାଇଥିଲେ ତାହା ଭିଡିଓରେ ବର୍ଣ୍ଣନା କରିଛନ୍ତି। ଗତ ୬ ତାରିଖରେ ପୋଷ୍ଟ ହୋଇଥିବା ଉକ୍ତ ଭିଡିଓ ମଙ୍ଗଳବାର ସୁଦ୍ଧା ୩୨ ମିଲିୟନ ଭ୍ୟୁ ହୋଇସାରିଛି। ଏହାକୁ ନେଇ ଅନେକ ମଜାଳିଆ କମେଣ୍ଟ ମଧ୍ୟ ମିଳିଛି। ଫ୍ଲୋରିଡାରେ ରହୁଥିବା ମେରି ଗତ ଶୁକ୍ରବାର ‘ଓ୍ବାଓ୍ବା’ ନାମକ ଏକ ଗ୍ୟାସ୍‌ ଷ୍ଟେଶନ କନଭିନିଏନ୍ସ ଷ୍ଟୋରରେ ଥିବାବେଳେ ଏକ ପୁସ୍ତକ ପଢ଼ୁଥିଲେ, ଯାହାର ବିଷୟବସ୍ତୁ ଥିଲା ଫେଷ୍ଟିଭ୍‌ ସିଜନରେ ଉଦାର ରହିବା ଉଚିତ। ତାହା ତାଙ୍କୁ ଅନୁପ୍ରାଣିତ କରିଥିଲା। ଫଳରେ ସେ ସେଠାରେ ଥିବା ଜଣେ ମହିଳାଙ୍କ ପାନୀୟ ବିଲ୍‌ ପୈଠ କରିଥିଲେ। ହେଲେ ଉକ୍ତ ଷ୍ଟୋରରୁ ବାହାରିବା ପରେ ଦେଖିଲେ ଯେ, ତାଙ୍କ କାର କାଚକୁ ଜଣେ ବ୍ୟକ୍ତି ସଫା କରୁଛନ୍ତି। ଏହାକୁ ସେ ଖ୍ରୀଷ୍ଟମାସ୍‌ ମ୍ୟାଜିକ୍‌ ଭାବିଲେ। ଖ୍ରୀଷ୍ଟମାସ୍‌ ସମୟ ହୋଇଥିବାରୁ ଉକ୍ତ ବ୍ୟକ୍ତିଜଣକ ଉଦାର ଭାବନାରେ ପ୍ରେରିତ ହୋଇ ଏଭଳି କରୁଥିବା ମେରି ଭାବିନେଲେ। କୃତଜ୍ଞତା ଜଣାଇବା ପାଇଁ ମେରି ଉକ୍ତ ବ୍ୟକ୍ତିଙ୍କ ପାଖକୁ ଯାଇ ତାଙ୍କୁ କୁଣ୍ଢାଇ ପକାଇଥିଲେ ଏବଂ କହିଥିଲେ, ‘ଏଭଳି ମାନବିକତା ଭାବନାକୁ ମୁଁ ପସନ୍ଦ କରେ। ଖ୍ରୀଷ୍ଟମାସ୍‌କୁ ବହୁତ ଭଲ ପାଏ। ଏଭଳି କାର୍ଯ୍ୟ କରିଥିବାରୁ ଧନ୍ୟବାଦ’। କିନ୍ତୁ ଏହାର କିଛି କ୍ଷଣ ଭିତରେ ସେ ନିଜକୁ ଅଡ଼ୁଆ ଅନୁଭବ କଲେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଉକ୍ତ କାର ତାଙ୍କର ନୁହେଁ। ବ୍ୟକ୍ତିଜଣକ ନିଜ କାରର କାଚକୁ ସଫା କରୁଥିଲେ। ମେରି ଉକ୍ତ ଘଟଣାକୁ ବର୍ଣ୍ଣନା କରି ଯେଉଁ ଭିଡିଓ ପୋଷ୍ଟ କଲେ ତାହାକୁ ଅନେକେ ପସନ୍ଦ କରିଛନ୍ତି। ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି ଯେ, ଏଭଳି ଘଟଣା ତାଙ୍କ ଜୀବନରେ ସବୁଠୁ ମଜାଳିଆ। ସେହିପରି ଆଉ ଜଣେ କହିଛନ୍ତି ‘ହେ ଭଗବାନ୍‌! ଖ୍ରୀଷ୍ଟମାସ ମ୍ୟାଜିକ୍‌ ସେହି ବ୍ୟକ୍ତିଙ୍କ ପାଇଁ କାମ କଲା। ସେ ମାଗଣାରେ ଆଲିଙ୍ଗନ ସ୍ନେହ ପାଇଲେ।’ ମେରି କହିଛନ୍ତି ଯେ, ଏହି ଘଟଣାରେ ତାଙ୍କୁ ବହୁତ ଖୁସି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri