ଆମେରିକୀୟ ଫାଇନାନ୍ସରଙ୍କ ଆତ୍ମହତ୍ୟା

ନ୍ୟୁୟର୍କ,୧୧ା୮(ଏଏଫ୍‌ପି): ଏକ ଲଜ୍ଜାଜନକ ଘଟଣାରେ ଜେଲରେ ରହିଥିବା ଆମେରିକୀୟ ଫାଇନାନ୍ସର ଜେଫ୍‌ରି ଏପ୍‌ଷ୍ଟାଇନ୍‌ ଆତ୍ମହତ୍ୟା କରିଛନ୍ତି। ସେ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଯୌନଶୋଷଣ ଲାଗି ଚୋରାଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିଲେ। ତାଙ୍କ ବିରୋଧରେ ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ସେ ଜେଲ କୋଠରି ମଧ୍ୟରେ ଆତ୍ମହତ୍ୟା କରିଥିବା ଆମେରିକାର ନ୍ୟୁଜ୍‌ ମିଡିଆରେ ଶନିବାର ରିପୋର୍ଟ ପ୍ରକାଶ ପାଇଛି। ଯୌନ କେଳେଙ୍କାରୀରେ ଅଭିଯୁକ୍ତ ଏପ୍‌ଷ୍ଟାଇନ୍‌ ବର୍ଷ ବର୍ଷ ଧରି ବହୁ ରାଜନେତା ଏବଂ ସେଲିବ୍ରିଟିଙ୍କୁ ହାତକରି ସେମାନଙ୍କ ଯୌନକ୍ଷୁଧା ମେଣ୍ଟାଇବା ସହିତ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ। ମେଟ୍ରୋପଲିଟାନ୍‌ କରେକ୍ସନାଲ ସେଣ୍ଟରର ନିଜ ସେଲ୍‌ରେ ବେକରେ ଫାଶି ଲଗାଇ ଏପଷ୍ଟାଇନ୍‌ ଆତ୍ମହତ୍ୟା କରିଛନ୍ତି।

Share