ଆମେରିକା ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା କଲେ ରାଷ୍ଟ୍ରପତି ରୁହାନି

ତେହେରାନ୍‌,୭।୧: ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଇରାନ୍‌ ରାଷ୍ଟ୍ରପତି ହସନ ରୁହାନି ଆମେରିକାର ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଏହା ଦ୍ୱାରା ଏଣିକି ଇରାନ୍‌ ଏହାର ସୀମା ଆଖପାଖରେ ଥିବା ଆମେରିକା ସୈନ୍ୟ ବାହିନୀଙ୍କ ଉପର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌ର ୫୨ଟି ସ୍ଥାନରେ କ୍ଷେପଣାସ୍ତ୍ର ପକାଇବାକୁ ଚେତାବନୀ ଦେଇଥିଲେ। ୧୯୭୯ରେ ଆମେରିକ ଦୂତାବାସ ଉପରେ ଇରାନ୍‌ ପ୍ରଦର୍ଶନକାରୀ ଆକ୍ରମଣ କରି ୫୨ ଜଣ ରାଜନେତାଙ୍କୁ ୪୪୪ ଦିନ ପର୍ଯ୍ୟନ୍ତ ଜେଲ୍‌ରେ ରଖିଥିଲେ। ସେଥିପାଇଁ ଟ୍ରମ୍ପ୍‌ ଏହାର ସମାନ ସଂଖ୍ୟକ କ୍ଷେପଣାସ୍ତ୍ର ପକାଇବା ପାଇଁ ଧମକ ଥିଲେ। ସୂଚନାଯୋଗ୍ୟ, ୧୯୮୮ରେ ଆମେରିକା ଯୁଦ୍ଧ ବିମାନ ଇରାନ୍‌ ଯାତ୍ରୀବାହୀ ବିମାନକୁ ଟାର୍ଗେଟ୍‌ କରିଥିଲା। ଏଥିରେ ୨୯୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏନେଇ ରୁହାନି ଏକ ଟୁଇଟ୍‌ ମାଧ୍ୟମରେ ପୁରୁଣା କଥା ସମ୍ପର୍କରେ ସୂଚିତ କରିଥିଲେ।

Share