Categories: ଜାତୀୟ

ଆମେରିକା ରିପୋର୍ଟକୁ ଭାରତର ଖଣ୍ଡନ: ଦେଶ ଧର୍ମନିରପେକ୍ଷତା ଏବଂ ସହନଶୀଳତାକୁ ଦିଏ ଗୁରୁତ୍ୱ

ନୂଆଦିଲ୍ଲୀ,୨୩।୬: ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ଭାରତ ଖଣ୍ଡନ କରିଛି। ଏହା ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଭିଶ୍‌ କୁମାର ଦେଶ ସବୁବେଳେ ଧର୍ମନିରପେକ୍ଷତା ଏବଂ ସହନଶୀଳତାକୁ ଦିଏ ଗୁରୁତ୍ୱ ଦେଇଥାଏ ବୋଲି ସୂଚନା ଦେଇଛନ୍ତି। ଆମେରିକା ଦ୍ୱାରା ପ୍ରକାଶିତ ‘ରିପୋର୍ଟ ଅନ୍‌ ଇଣ୍ଟରନ୍ୟାସନାଲ୍‌ ରିଲିଜିଅସ୍‌ ଫ୍ରିଡମ୍‌-୨୦୧୮’ରେ ଦର୍ଶାଯାଇଛି ଯେ, ଭାରତ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସୁରକ୍ଷା ଦେବାରେ ଅସଫଳ ରହିଛି। ଏଠାରେ ଗୋ ସୁରକ୍ଷାକୁ ନେଇ ନାନା ଅତ୍ୟାଚାର ତଥା ହିଂସାକାଣ୍ଡ ଘଟୁଛି। ଏହାର ଉତ୍ତରରେ ରଭିଶ୍‌ କୁମାର କହିଛନ୍ତି ଦେଶରେ ସରକାର ସବ୍‌କା ସାଥ୍‌ ଏବଂ ସବ୍‌କା ବିକାଶ ଆଧାରରେ କାର୍ଯ୍ୟଧାରା ଜାରି ରଖିଛନ୍ତି। ଦେଶର ସାର୍ବଭୌମତ୍ତ୍ୱ ସବୁବେଳେ ଅକ୍ଷୂର୍ଣ୍ଣ ରହିିଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସରକାର କାର୍ଯ୍ୟ ପନ୍ଥା ନିର୍ଣ୍ଣୟ କରୁଥିବା ସେ କହିଛନ୍ତି।

Share