ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ,୨୨ା୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ଟେକ୍‌ ଏଣ୍ଟରପ୍ରିନ୍ୟୁର୍‌ ବିବେକ ରାମାସ୍ବାମୀ ବୁଧବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଗତ ୧୪ ତାରିଖରେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜ ପ୍ରାର୍ଥତ୍ତ୍ୱ ନେଇ ଘୋଷଣା କରିଥିବାବେଳେ ବିବେକ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଚ୍ୟାଲେଞ୍ଜର। ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ମଧ୍ୟ ଏହି ଦୌଡ଼ରେ ପୂର୍ବରୁ ସାମିଲ ହୋଇସାରିଛନ୍ତି। ରାଷ୍ଟ୍ରପତି ନିର୍ବାଚିତ ହେଲେ ଚାଇନା ଉପରେ ଆମେରିକାର ନିର୍ଭରଶୀଳତା ହ୍ରାସ କରିବେ ବୋଲି ବିବେକ ପ୍ରତିଶ୍ରୁତି ଦେଇଛନ୍ତି।

Share