ଆମେରିକା ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ମୁଖ୍ୟ ହେଲେ ଭାରତୀୟ

ଓ୍ବାଶିଂଟନ,୨୧ା୬(ପି.ଟି.): ଖ୍ୟାତନାମା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସେଥୁରମନ ପଞ୍ଚନାଥନ୍‌ ଆମେରିକାର ଶୀର୍ଷ ବିଜ୍ଞାନ ଗବେଷଣା ସହାୟକ ସଂସ୍ଥା ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ଫାଉଣ୍ଡେଶନର ବାର୍ଷିକ ବଜେଟ ୭.୪ ବିଲିୟନ ଡଲାର। ଆମେରିକା ସିନେଟ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ଆରିଜୋନା ଷ୍ଟେଟ୍‌ ୟୁନିଭର୍ସିଟିର ବୈଜ୍ଞାନିକ ପଞ୍ଚନାଥନ୍‌ ଫ୍ରାନ୍ସର କୋରଡୋଭାଙ୍କ ସ୍ଥାନରେ ୧୫ତମ ନିର୍ଦ୍ଦେଶକ ଭାବେ ଜୁଲାଇ ୬ରୁ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି। ଏଭଳି ସମ୍ମାନଜନକ ପଦବୀ ପାଇବାରେ ସେ ଦ୍ୱିତୀୟ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ। ପୂର୍ବରୁ ଡ. ସୁବ୍ରା ସୁରେଶ ୨୦୧୦ ଅକ୍ଟୋବରରୁ ୨୦୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।

Share