ଆମେରିକା ଦେବନି ଅନୁଚିତ ଲାଭ;ବିକାଶଶୀଳ ରାଷ୍ଟ୍ର ନିରୂପଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୮-୭: ଭାରତ ସମେତ ବିକାଶଶୀଳ ରାଷ୍ଟ୍ର ପଛରେ ପଡିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିକାଶଶୀଳ ରାଷ୍ଟ୍ରର ଦ୍ୱାହି ଦେଇ ଆମେରିକା ଠାରୁ ଅନୁଚିତ ଲାଭ ନେଉଥିବା ଭାରତ ସମେତ ସମସ୍ତ ବିକାଶଶୀଳ ରାଷ୍ଟ୍ରକୁ ଆଉ କୌଣସି ପ୍ରକାର ସୁବିଧାସୁଯୋଗ ଦେବାକୁ ସେ ଚାହୁଁନାହାନ୍ତି। ଏହି ଆମତ୍ଘୋଷିତ ଦେଶଗୁଡ଼ିକ ଯେପରି ଆମେରିକା ଠାରୁ ଅଯଥା ସହାୟତା ନେଇ ନ ପାରିବେ ସେଥିଲାଗି ନିୟମରେ ପରିବର୍ତ୍ତନ ପାଇଁ ଟ୍ରମ୍ପ ତାଙ୍କ ପ୍ରଶାସନକୁ ୯୦ ଦିନ ସମୟ ଦେଇଛନ୍ତି। କେଉଁମାନେ ବିକାଶଶୀଳ ରାଷ୍ଟ୍ର ତାହା ଏବେ ଟ୍ରମ୍ପ ପ୍ରଶାସନ ସ୍ଥିର କରିବାକୁ ଯାଉଛି।
ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ୟ୍ଲୁଟିଓ)ର ପ୍ରାୟ ଦୁଇ ତୃତୀୟାଂଶ ସଦସ୍ୟ ରାଷ୍ଟ୍ର ନିଜକୁ ବିକାଶଶୀଳ ରାଷ୍ଟ୍ର ଭାବେ ଉଲ୍ଲେଖ କରି ଆମେରିକାଠାରୁ ସ୍ବତନ୍ତ୍ର ସହାୟତା ନେଉଛନ୍ତି। ସେ କହିଛନ୍ତି ଯେ, ବିଶ୍ୱର ଧନୀ ରାଷ୍ଟ୍ରଗୁଡ଼ିକ ନିଜକୁ ବିକାଶଶୀଳ ଦେଶ ଭାବେ ଉଲ୍ଲେଖ କରୁଥିବାରୁ ଏବେ ଡବ୍ଲ୍ୟୁଟିଓ ଭାଙ୍ଗିଯାଇଛି। କାରଣ ସେମାନେ ଏହି ସ୍ବତନ୍ତ୍ର ବ୍ୟବସ୍ଥା ଆଳରେ ନିଜ ପାଇଁ ଛାଡ଼ ଗୋଟାଇବାରେ ଲାଗିଛନ୍ତି। ଏଣିକି ଆଉ ତାହା ହେବ ନାହିଁ। ବ୍ୟବସ୍ଥାର ଫାଇଦା ଉଠାଇ ଏଣିକି ଏହି ଦେଶଗୁଡ଼ିକ ଆଉ ଆମେରିକାକୁ ଠକି ପାରିବେ ନାହିଁ। ସେଥିଲାଗି ସେ ଆମେରିକାର ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି। ସମସ୍ତ ପ୍ରକାର ନିୟମ ପ୍ରୟୋଗ କରି ଡବ୍ଲୁଟିଓରେ ପରିବର୍ତ୍ତନ କରିବାକୁ ସେ ତାଙ୍କର ବାଣିଜ୍ୟ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ଏହାଦ୍ୱାରା ସେହି ତଥାକଥିତ ବିକାଶଶୀଳ ଦେଶଗୁଡ଼ିକ ଆଉ ଆମେରିକାଠାରୁ ଫାଇଦା ନେଇପାରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଡବ୍ଲ୍ୟୁଟିଓରେ ପ୍ରସ୍ତାବ ଦେବା ବଦଳରେ ଆମେରିକା ଏକତରଫା ଭାବେ ବିକାଶଶୀଳ ଦେଶର ସଜ୍ଞା ନିରୂପଣ କରିବା ବିପଦପୂର୍ଣ୍ଣ ଓ ଅଦ୍ଭୁତପୂର୍ବ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri