ସୋମବାରଠାରୁ ୭ମ ଅର୍ଥନୈତିକ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ସୋମବାରଠାରୁ ସାରାଦେଶରେ ୭ମ ଅର୍ଥନୈତିକ ଜନଗଣନା ଆରମ୍ଭ କରିବେ। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରୁ ଏହି ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଦେଶରେ କେତେ ସଂଖ୍ୟାରେ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି, କିଏ କେଉଁପ୍ରକାର ବ୍ୟବସାୟ କରୁଛନ୍ତି ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଦୀର୍ଘ ୫ ବର୍ଷ ପରେ ପରିସଂଖ୍ୟାନ ଏବଂ ଯୋଜନା କ୍ର୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ଗଣନା କରାଯିବ। ଏଥିପାଇଁ ମନ୍ତ୍ରଣାଳୟ ସିଏସ୍‌ସି ଇ-ଗଭର୍ନାନ୍ସ ସର୍ଭିସେସ୍‌ ଇଣ୍ଡିଆ ଲିମିଟେଡକୁ ପାର୍ଟନର କରିଛି। ତ୍ରିପୁରା ଏକ ଛୋଟ ରାଜ୍ୟ ହୋଇଥିବାରୁ ସେଠାରୁ ଅର୍ଥନୈତିକ ଜନଗଣନା ଆରମ୍ଭ କରିବାକୁ ସିଏସ୍‌ସି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଜଣେ ଅଧିକାରୀ କହିଛନ୍ତି। ତ୍ରିପୁରା ପରେ ପୁଡୁଚେରୀ ପାଳି ପଡିବ। ଘରକୁ ଘର ବୁଲି ସର୍ଭେ କରାଯିବା ସହିତ ତଥ୍ୟ ସଂଗ୍ରହ କରାଯିବ। କଲେକ୍ସନ ଅଫ୍‌ ଷ୍ଟାଟିଷ୍ଟିକ୍ସ ଆଇନ, ୨୦୦୮ ଅଧୀନରେ କେତେ ବାଣିଜ୍ୟ ପ୍ରତିଷ୍ଠାନ ରହିଛି, ତାହାର ତଥ୍ୟ ନିଆଯିବ। ଡିସେମ୍ବର ସୁଦ୍ଧା ସର୍ଭେ କାର୍ଯ୍ୟକୁ ଶେଷ କରାଯିବ ଏବଂ ଜାତୀୟ ସ୍ତରରେ ସର୍ଭେର ଫଳାଫଳ ୨୦୨୦ ମାର୍ଚ୍ଚ ସୁଦ୍ଧା ପ୍ରକାଶ କରାଯିବ ବୋଲି ସେ କହିଛନ୍ତି। ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଫିଲ୍ଡ ସର୍ଭେ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୩ରେ ଶେଷ ଥର ପାଇଁ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଦେଶରେ ୫୮.୫ ମିଲିୟନ ବ୍ୟବସାୟିକ ପ୍ରତିଷ୍ଠାନ ଥିବା ବେଳେ ଏଥିରେ ୧୩୧ ମିଲିୟନ କର୍ମଚାରୀ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri