ଆମେରିକା ଦୂତାବାସ ନିକଟରେ ୩ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨୧।୧: ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାକର ବାଗଦାଦ୍‌ରେ ଆମେରିକା ଦୂତାବାସ ନିକଟରେ ଥିବା ହାଇ ସିକ୍ୟୁରିଟି ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ ଇରାନ୍‌ ୩ଟି କ୍ଷେପଣାସ୍ତ୍ର ମାଡ଼ କରିଛିି। କ୍ଷେପଣାସ୍ତ୍ର ମାଡ଼ ହେବାରୁ ସମଗ୍ର ଅଞ୍ଚଳରେ ସାଇରନ୍‌ ବାଜି ଉଠିଥିଲା। ବାଗଦାଦ୍‌ ମଧ୍ୟ ଭାଗରେ ଥିବା ଗ୍ରୀନ୍‌ ଜୋନ୍‌ରେ ବହୁ ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ରାଷ୍ଟ୍ରର ଦୂତାବାସ ରହିଛି। କ୍ଷେପଣାସ୍ତ୍ର ମାଡ଼ ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share