ଆମେରିକା ଟାର୍ଗେଟ୍‌ରେ ଆଇଏସ୍‌ ଆତଙ୍କବାଦୀ ବଗଦାଦି

ଓ୍ବାଶିଂଟନ,୨୭।୧୦: ଆଇଏସ୍‌ ଆତଙ୍କବାଦୀ ଅବୁ ବକର ଅଲ୍‌ ବଗଦାଦି ଆମେରିକା ସୈନ୍ୟ ବାହିନୀ ଟାର୍ଗେଟ୍‌ରେ ରହିଛନ୍ତି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ କିଛି ବଡ଼ ଖବର ମିଳିବାର ଆଶା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସିଆଇଏ ସହାୟତାରେ ବଗଦାଦିଙ୍କ ସମ୍ପର୍କରେ ଆମେରିକା ସୈନ୍ୟ ବାହିନୀକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଏହାକୁ ଆଧାର କରି ଆମେରିକା ସୈନ୍ୟ ସିରିୟାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଇଦବିଲ୍‌ ପ୍ରଦେଶରେ ଘେରାବନ୍ଦୀ ଆରମ୍ଭ କରିଥିଲେ। ଏହାପରେ ସକାଳର ୬ଟା ୫୩ରେ ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ। ବଗଦାଦି ଏନ୍‌କାଉଣ୍ଟରରେ ନିହତ ହୋଇଥିବା କିଛି ଆମେରିକା ସୈନ୍ୟ ଅଧିକାରୀ କହୁଛନ୍ତି। ତେବେ ଏହା ପୂର୍ବରୁ ଅନେକ ଥର ଏଭଳି ଗୁଜବ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଆଇଏସ୍‌ ସଂଗଠନ ପକ୍ଷରୁ ମିଥ୍ୟା ଖବର ବୋଲି କୁହାଯାଇଛି।

Share