ଆମେରିକା-ଚାଇନା ମଧ୍ୟରେ ବଢ଼ୁଛି ବିବାଦ: ଚେଙ୍ଗୁଡ଼ ଦୂତାବାସ ବନ୍ଦ କରିବାକୁ ନିର୍ଦ୍ଦେଶ

ବେଜିଂ,୨୪।୭: ଆମେରିକା ଓ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ହଷ୍ଟନ ସହରରେ ଥିବା ଚାଇନା ଦୂତାବାସକୁ ବନ୍ଦ କରିବାକୁ ନେଇ ଆମେରିକାର ନିଷ୍ପତ୍ତି ପରେ ଚାଇନା ମଧ୍ୟ ଅନୁରୂପ ଆଭିମୂଖ୍ୟ ଗ୍ରହଣ କରିଛି। ଚେଙ୍ଗଡୁ ସହରରେ ଥିବା ଦୂତାବାସକୁ ବନ୍ଦ କରିବାକୁ ଚାଇନା ଆମେରିକାକୁ ନିର୍ଦ୍ଦେଶ ଦେଇଛି। ଶୁକ୍ରବାର ଚାଇନା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି। ଚେଙ୍ଗଡୁରେ ଆମେରିକୀୟ ମହାବାଣିଜ୍ୟ ଦୂତାବାସର ସ୍ଥାପନା ଏବଂ ପରିଚାଳନା ପାଇଁ ଚାଇନା ଦେଇଥିବା ସହମତିକୁ ପ୍ରତ୍ୟାହାର କରିନେଇଛି। ଏନେଇ ଚାଇନା ଆମେରିକାକୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଦେଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚାଇନାର ଏଭଳି ପଦକ୍ଷେପ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

Share