ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ଲୋକଙ୍କ ଉପରେ ରାଗିଛନ୍ତି। ଆମେରିକାର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଯାହା ଘଟୁଛି ତାହା ଅତ୍ୟନ୍ତ ଭୟଙ୍କର ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେରିକାର ବିଶ୍ୱବିଦ୍ୟାଳୟରେ ପାଲେଷ୍ଟାଇନକୁ ସମର୍ଥନ କରି ଚାଲିଥିବା ପ୍ରଦର୍ଶନକୁ ନେତାନ୍ୟାହୁ ଦୃଢ ନିନ୍ଦା କରିଛନ୍ତି। ନେତାନ୍ୟାହୁ କହିଛନ୍ତି, ଆଜି ଆମେରିକାରେ ଯାହା ଘଟୁଛି ତାହା ୧୯୩୦ ଦଶକରେ ହିଟଲର ଶାସନ ସମୟରେ ଜର୍ମାନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମନେ ପକାଇଥାଏ। ଆମ ମୃତ୍ୟୁ ପାଇଁ ସେଠାରେ ସ୍ଲୋଗାନ ଦିଆଯାଉଛି। ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ବିବୃତ୍ତିରୁ ନିଜକୁ ଦୂରେଇ ରଖିଛନ୍ତି।
ଏକ ଭିଡିଓ ରିଲିଜ କରି ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଆମେରିକାରେ ‘ଯିହୁଦୀ ବିରୋଧୀ ଭାବନା’ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏହାକୁ ସଂଶୋଧନ କରିବା ପାଇଁ ଅନେକ କାର୍ଯ୍ୟ କରିବା ଆବଶ୍ୟକ। ନେତାନ୍ୟାହୁ କହିଛନ୍ତି, ଆଜି ଆମେରିକାର କଲେଜଗୁଡ଼ିକରେ ଯାହା ଘଟୁଛି ତାହା ଭୟଙ୍କର ଅଟେ। ଇହୁଦୀ ବିରୋଧୀମାନେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ବିଶ୍ୱବିଦ୍ୟାଳୟଗୁଡ଼ିକୁ କବ୍‌ଜା କରିଛନ୍ତି। ସେମାନେ ଇସ୍ରାଏଲର ବିନାଶ ବିଷୟରେ କହୁଛନ୍ତି। ସେଠାରେ ଇସ୍ରାଏଲର ଛାତ୍ରମାନଙ୍କୁ ହତ୍ୟା କରାଯାଉଛି।
ଗାଜାରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ସେନା ଦ୍ୱାରା ପରିଚାଳିତ ଏହି ଅଭିଯାନ ଆମେରିକାର କଲମ୍ବିଆ, ହାର୍ଭାର୍ଡ, ୟେଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ବିରୋଧ କରାଯାଇଛି। ଏହି ବଡ ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ ବିରୋଧରେ କ୍ରମାଗତ ପ୍ରଦର୍ଶନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri