ଆମେରିକାର ପ୍ରତିଶୋଧ: ଇରାନ ଡ୍ରୋନକୁ ଧ୍ୱସଂ କଲା

ଓ୍ବାଶିଂଟନ, ୧୯।୭: ହରମୁଜଠାରେ ଏକ ଇରାନ ଡୋନ୍‌କୁ ଧ୍ୱସଂ କରି ଆମେରିକା ପ୍ରତିଶୋଧ ନେଇଛି। ନୌସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଆମେରିକା କହିଛି। କିନ୍ତୁ ଏଭଳି କୌଣସି ଘଟଣା ଘଟିନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଛି। ହରମୁଜଠାରେ ଇରାନର ଏକ ଡ୍ରୋନ ପ୍ରବେଶ କରୁଥିବାବେଳେ ଆମେରିକା ନୌସେନା ଅଧିକାରୀ ତା’କୁ ଧ୍ୱସଂ କରିଦେଇଥିଲେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ କହିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଆମେରିକାର ଏକ ଡ୍ରୋନକୁ ଇରାନ ଧ୍ୱସଂ କରିଥିଲା। ଏହାପରଠାରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି।

Share