ଓ୍ବାଶିଂଟନ୍,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ ଏକ ଲୋଡେଡ ପିସ୍ତଲ ଏବଂ ବହୁ ପରିମାଣର ଗୁଳି ଜବତ କରାଯାଇଛି।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଗଲ୍ଫ କ୍ଲବରେ ରିପବ୍ଲିକାନ ନ୍ୟାସନାଲ କମିଟି (RNC)ର ଏକ ଫଣ୍ଡରେଜିଂ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା ପ୍ରତି ଚିନ୍ତା ଆହୁରି ବଢ଼ିଯାଇଛି।
ଏହି ମାମଲାକୁ ଅଧିକ ସମ୍ବେଦନଶୀଳ ବୋଲି ମନେ କରାଯାଉଛି, କାରଣ ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ମଧ୍ୟ ଅନେକ ଥର ସାର୍ବଜନୀନ ଭାବେ ତାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଦାବି କରିଆସିଛନ୍ତି। ବର୍ତ୍ତମାନ ସୁରକ୍ଷା ଏଜେନ୍ସିଗୁଡ଼ିକ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରୁଛନ୍ତି।

