ଆମେରିକାରେ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା

ହ୍ୟୁଷ୍ଟନ,୨୯ା୯(ପି.ଟି.): ଆମେରିକାର ଟେକ୍ସାସରେ ଜଣେ ଭାରତୀୟ-ଆମେରିକୀୟ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା କରାଯାଇଛି। ଆମେରିକା ପୋଲିସ ବିଭାଗରେ ସନ୍ଦିପ୍‌ ସିଂ ଧଲିଓ୍ବାଲଙ୍କୁ ଦାଢ଼ି ରଖିବା ଓ ପଗଡି ବାନ୍ଧିବାକୁ ଅନୁମତି ମିଳିଲାବେଳେ ସବୁ ଜାତୀୟ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ଏହି ହତ୍ୟାକାଣ୍ଡକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଶୁକ୍ରବାର ହ୍ୟୁଷ୍ଟନର ଏକ ଟ୍ରାଫିକ ଷ୍ଟପ୍‌ରେ ସେ ଏକ ଗାଡ଼ିକୁ ସନ୍ଦେହ କରି ଅଟକାଇଥିଲେ। ସେଥିରେ ଜଣେ ପୁରୁଷ ଓ ଜଣେ ମହିଳା ଥିଲେ। ପୁରୁଷ ଜଣକ ହଠାତ୍‌ ଗାଡ଼ିରୁ ଓହ୍ଲାଇ ସନ୍ଦିପ୍‌ଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିକାଣ୍ଡର କାରଣ ଜଣାପଡିନାହିଁ। ଏହି ଘଟଣାରେ ରବର୍ଟ ସୋଲିସ୍‌ ନାମକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହେବା ସହ ତାଙ୍କଠାରୁ ବନ୍ଧୁକ ଜବତ ହୋଇଛି।

Share