ଆମେରିକାରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଓ୍ବାଶିଂଟନ,୧୭।୬: ଆସନ୍ତା ୨୧ତାରିଖରେ ବିଶ୍ୱ ବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଆମେରିକାରେ ରବିବାର ଏହି ଦିବସକୁ ବିଭିନ୍ନ ବର୍ଗର ଲୋକେ ପାଳନ କରିଛନ୍ତି। ଯୋଗ ଯେ ଶରୀରକୁ ସୁସ୍ଥ ରଖିବାର ଏକ ଭଲ ମାଧ୍ୟମ ଏବେ ଏକଥାକୁ ଅନେକ ଲୋକ ବୁଝି ସାରିଲେଣି। ଏମାନେ ନିଜ ଇଚ୍ଛାରେ ଯୋଗ କର୍ମଶାଳାରେ ପହଞ୍ଚି ବିଭିନ୍ନ ପ୍ରକାର ଯୋଗ ଅଭ୍ୟାସ କରିଛନ୍ତି। ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହି ଯୋଗ କର୍ମଶାଳାରେ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିବାକୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ବାଗତ କରିଥିଲେ। ୨୦୧୬ରୁ ଏପର୍ଯ୍ୟନ୍ତ ଲକ୍ଷ୍ୟ କଲେ ଦେଖାଯାଏ ଆମେରିକାରେ ଏବେ ସୁଦ୍ଧା ୩୬.୭ ମିଲିୟନ ଲୋକ ଯୋଗ ଅଭ୍ୟାସ କରୁଛନ୍ତି। ତେଣୁ ଆମେରିକା ଯୋଗ ଅଭ୍ୟାସ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି କୁହାଯାଉଛି।

Share