ଆମେରିକାରେ ଗ୍ରୀଷ୍ମ ପ୍ରବାହ: ୧୫୦ ନିୟୁତ ଲୋକେ ପ୍ରଭାବିତ

ଓ୍ବାଶିଂଟନ,୨୧।୭: ଆମେରିକାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାଦ୍ୱାରା ୧୫୦ ନିୟୁତରୁ ଅଧିକ ଲୋକ ବ୍ୟତିବ୍ୟସ୍ତ ହେଉଥିବା କୁହାଯାଉଛି। ନ୍ୟୁୟର୍କ, ଫିଲାଡେଲଫିହା ତଥା ଓ୍ବାଶିଂଟନରେ ତାପମାତ୍ରା ୩୮ ଡିଗ୍ରୀ ହୋଇଛି। ଇତିମଧ୍ୟରେ ଏଠାରେ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏଠାରେ କେନ୍ଦ୍ରୀୟ ପଶ୍ଚିମ ସମତଳ ଅଞ୍ଚଳରୁ ଆଟଲାଣ୍ଟିକ୍‌ ଉପକୂଳ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

Share