ଆମେରିକାରେ କରୋନା କାଳ: କୃଷ୍ଣକାୟଙ୍କୁ ଦୋହରା ମାଡ଼

ଓ୍ବାଶିଂଟନ,୨୨ା୪ : ଆମେରିକାରେ କରୋନା ଭାଇରସ୍‌ ଏକ ବିଚିତ୍ର ରୋଗ ଭାବେ ଆବିର୍ଭୂତ, ଯହିଁରେ ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣର ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି। କୃଷ୍ଣକାୟଙ୍କଠାରେ ଏହାର କ୍ରୂରତା ଅଧିକ ଦେଖିବାକୁ ମିଳୁଛି। ମୃତକଙ୍କ ମଧ୍ୟରେ ଏପରି ଅନେକ ଅଛନ୍ତି, ଯେଉଁମାନେ ଏକୁଟିଆ ବା ପରିବାରଠାରୁ ଅଲଗା ହୋଇ ଜୀବନ ଜିଉଥିଲେ। ଏହି ଭାଇରସ୍‌ ଅନିୟନ୍ତ୍ରିତ ହୋଇଥିବାରୁ ହସ୍ପିଟାଲରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଯାଇଛନ୍ତି। ଏହାକୁ ଅଙ୍ଗେ ନିଭାଇଛନ୍ତି ପର୍ନେସା ସିଲେ, ଯିଏକି ୧୯୮୦ ଦଶକର ଦ୍ୱିତୀୟ ଭାଗରେ କୃଷ୍ଣକାୟ ସମୁଦାୟର ବିନାଶ ଘଟାଇଥିବା ଏଡ୍‌ସକୁ ଅତି ନିକଟରୁ ଦେଖିଥିଲେ। ସେତେବେଳେ ସେ ହାର୍ଲେମ ହସ୍ପିଟାଲରେ ଜଣେ ଇମୁନୋଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ଶିକାଗୋ, ନ୍ୟୁୟର୍କ, ଡେଟ୍ରୋଇଟ୍‌, ନ୍ୟୁ ଓର୍ଲିଏନ୍ସ ଓ ଅନ୍ୟ ସ୍ଥାନଗୁଡ଼ିକରେ ବର୍ତ୍ତମାନ କରୋନା ଭାଇରସ୍‌ ଆଫ୍ରିକୀୟ ଆମେରିକୀୟଙ୍କୁ ସର୍ବାଧିକ ଟାର୍ଗେଟ କରୁଥିବାବେଳେ ସେ ପୂର୍ବାବସ୍ଥାର ସ୍ମୃତିଚାରଣ କରିଛନ୍ତି। ହ୍ୟୁମାନ୍‌ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍‌ (ଏଚ୍‌ଆଇଭି) ବା ଏଡ୍‌ସରେ ଅନ୍ୟ ସମୁଦାୟ ତୁଳନାରେ କୃଷ୍ଣକାୟମାନେ ବେଶି ଆକ୍ରାନ୍ତ ହୋଇ ମରୁଥିବାରୁ ସେମାନଙ୍କ ପାଇଁ କୋଭିଡ୍‌-୧୯ ପାଲଟିଛି ଦ୍ୱିତୀୟ ମହାମାରୀ। ଏକକାଳୀନ ଦୁଇ ଦୁଇଟି ଦୁରାରୋଗ୍ୟ ବ୍ୟାଧିର ଭାଇରସ୍‌ ସେମାନଙ୍କ ଉପରେ ବର୍ଷାଇଛି କରୋଡ଼ା ମାଡ଼। ଏହି ପରିପ୍ରେକ୍ଷୀରେ ଆଫ୍ରିକୀୟ ବଂଶୋଦ୍ଭବଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୩୧ ବର୍ଷ ଧରି କାର୍ଯ୍ୟରତ ଅଣଲାଭକାରୀ ସଂସ୍ଥା ‘ଦି ବାମ୍‌ ଇନ୍‌ ଗିଲେଆଡ୍‌’ର ପ୍ରତିଷ୍ଠାତା ତଥା ସିଇଓ ସିଲେ କହିଛନ୍ତି, କରୋନା ଭାଇରସ୍‌ ନିରନ୍ତର ବିଶ୍ୱାସଘାତକ। ଏଚ୍‌ଆଇଭି ଆକ୍ରାନ୍ତଙ୍କଠାରେ ଏହି ଭୂତାଣୁ ସଂକ୍ରମଣ ହେବା ଆଶଙ୍କା ଅଧିକ। ଏକସଙ୍ଗେ ଦୁଇଟି ଭାଇରସ୍‌ ମୃତ୍ୟୁର ବାଟ ଦେଖାଇଥାଏ। କେତେ ସଂଖ୍ୟକ ଏଚ୍‌ଆଇଭି ଆକ୍ରାନ୍ତ କରୋନାରେ ମରୁଛନ୍ତି ତାହା ଏବେ କହିହେବ ନାହିଁ। ତେବେ କୃଷ୍ଣକାୟଙ୍କ ସଂଖ୍ୟା ସର୍ବାଧିକ ବୋଲି ସନ୍ଦେହ ନାହିଁ।
ସେହିପରି ଏଡ୍‌ସ ରିସର୍ଚ୍ଚ ଫାଉଣ୍ଡେଶନର ଏଏମ୍‌ଏଫ୍‌ଏଆର୍‌ ପବ୍ଲିକ ପଲିସି ନିର୍ଦ୍ଦେଶକ ଗ୍ରେଗୋରିଓ ମିଲେଟ୍ଟଙ୍କ ମତରେ ଏଚ୍‌ଆଇଭି ସଂକ୍ରମିତଙ୍କ ପାଇଁ କୋଭିଡ୍‌-୧୯ ଏକ ଭୟାନକ ରୂପ ନେଇ ଆସିଛି। ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ। ଜଣେ ବ୍ୟକ୍ତି କୃଷ୍ଣକାୟ ହୋଇଥିଲେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ଅଧିକ ଆଶଙ୍କା ରହିଛି। ଶ୍ୱେତାଙ୍ଗଙ୍କୁ ଥଣ୍ଡା ଧରୁଥିବାବେଳେ କୃଷ୍ଣକାୟଙ୍କ କ୍ଷେତ୍ରରେ ତାହା ନିମୋନିଆ ହୋଇଯାଉଛି। ଅନ୍ୟ ଆମେରିକୀୟଙ୍କ ତୁଳନାରେ କୃଷ୍ଣକାୟମାନେ ଡାଇବେଟିସ୍‌, ହାର୍ଟ, ଲଙ୍ଗ୍‌ ଭଳି ରୋଗରେ ଆକ୍ରାନ୍ତ ହୋଇ ଅନ୍ୟ ରୋଗଗୁଡ଼ିକୁ ନିମନ୍ତ୍ରଣ କରୁଛନ୍ତି। ଦେଶର ପରିସଂଖ୍ୟାନକୁ ଦେଖିଲେ ସର୍ବାଧିକ କୃଷ୍ଣକାୟ ଦାରିଦ୍ର୍ୟ ମଧ୍ୟରେ ରହୁଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟ ବୀମା ମଧ୍ୟ ନାହିଁ। ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ମଧ୍ୟ କୃଷ୍ଣକାୟ ଅବିଶ୍ୱାସ କରନ୍ତି। ଆଟଲାଣ୍ଟାସ୍ଥିତ ଭିଜନ୍‌ ଚର୍ଚ୍ଚ ପ୍ରତିଷ୍ଠାତା ବିଶପ୍‌ ଓ.ସି. ଆଲେନ୍‌ ତୃତୀୟ କହିଛନ୍ତି, ଶିକାଗୋରେ ମୋଟ ଜନସଂଖ୍ୟାର ୪୦% କୃଷ୍ଣକାୟ ହୋଇଥିବାବେଳେ ସହରରେ କୋଭିଡ୍‌-୧୯ ସଂକ୍ରମଣରେ ପ୍ରାଣ ହରାଇଥିବା ୭୨% ହେଉଛନ୍ତି ଏହି ସମୁଦାୟର। ତେଣୁ ଏହି ବର୍ଣ୍ଣର ଏଡ୍‌ସ ଆକ୍ରାନ୍ତଙ୍କ ପାଇଁ ମୃତ୍ୟୁକୁ ସାଙ୍ଗରେ ନେଇ ଆସିଛି ମହାମାରୀ କରୋନା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri