Posted inଖେଳ

ଆମେଚର ଅଲିମ୍ପିଆ ବଡିବିଲ୍ଡିଂରେ ଭାଗନେବେ ଜନ୍ମେଜୟ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)-
ଆମେଚର ଅଲିମ୍ପିଆ ଇଣ୍ଡିଆ ବଡିବିଲ୍ଡିଂ ପ୍ରତିଯୋଗିତା ଆସନ୍ତା ନଭେମ୍ବର ୧୫ରୁ ୧୭ ପର୍ଯ୍ୟନ୍ତ ମୁମ୍ବାଇର ଏକ୍‌ଜିବିଶନ ସେଣ୍ଟରରେ ଅନୁଷ୍ଠିତ ହେବ। ବଡିବିଲ୍ଡିଂର ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାଗନେବେ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ବଡିବିଲ୍ଡର ଜନ୍ମେଜୟ ମହାନ୍ତି। ଓଡ଼ିଶାର ପ୍ରଥମ ବଡିବିଲ୍ଡରଭାବେ ଜନ୍ମେଜୟ ପ୍ରୋ କାର୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଏଥିରୁ ପ୍ରୋ କାର୍ଡ ପାଇଲେ ସେ ଇଣ୍ଟରନ୍ୟାଶନାଲ ପ୍ରୋ କାର୍ଡ ପାଇଁ ବା ମିଷ୍ଟର ଅଲିମ୍ପିଆ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟ ବିବେଚିତ ହେବେ। ସର୍ବଭାରତୀୟ ସ୍ତରରେ ହେଉଥିବା ସେରୁକ୍ଲାସିକ୍‌ ମାନଙ୍କ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ପ୍ରତିଯୋଗିତା ବିଭିନ୍ନ ଓଜର ବର୍ଗରେ ଅନୁଷ୍ଠିତ ହେବ। ମୁଁ ୮୦ରୁ ୮୫କେଜି ବର୍ଗରେ ଭାଗନେବି। ପ୍ରତି ବର୍ଗର ପ୍ରଥମ ସ୍ଥାନ ହାସଲକାରୀ ପ୍ରତିଯୋଗୀଙ୍କୁ ପ୍ରୋ କାର୍ଡ ମିଳିଥାଏ। ଅନେକ ସମୟରେ ପ୍ରଥମ ୩ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ଏହା ମିଳିଥାଏ। ପ୍ରଦର୍ଶନ ଭିତ୍ତିରେ ଏହା ନିର୍ଣ୍ଣୟ ହୋଇଥାଏ। ବଡିବିଲ୍ଡିଂକୁ କ୍ୟାରିୟର କରୁଥିବା ପ୍ରତିଯୋଗୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। କାରଣ କୌଣସି ଆସୋସିଏଶନ କିମ୍ବା ଅନୁଷ୍ଠାନ ଉଦ୍ୟମରେ ପ୍ରୋ କାର୍ଡ ମିଳିବା ସୁଯୋଗ ନାହିଁ। କେବଳ ଏହି ପ୍ରତିଯୋଗିତାରୁ ପ୍ରୋ କାର୍ଡ ପାଇଲେ ଯାଇ ଜଣେ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିପାରିବ ବୋଲି ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜନ୍ମେଜୟ ପ୍ରକାଶ କରିଛନ୍ତି।
ମିଷ୍ଟର ଅଲିମ୍ପିଆ ଟାଇଟଲ ପାଇ ସାରିଥିବା ବଡିବିଲ୍ଡରମାନେ ଏହି ପ୍ରତିଯୋଗିତାରେ ଜଜ୍‌ ଦାୟିତ୍ୱ ତୁଲାଇବେ। ଏହା କେବଳ ମୋ ପାଇଁ ନୁହେଁ ବଡିବିଲ୍ଡିଂକୁ କ୍ୟାରିୟର କରୁଥିବା ପ୍ରତି ପ୍ରତିଯୋଗୀଙ୍କ ପାଇଁ ବଡ଼ ସୁଯୋଗ ଆଣିବ। କେବଳ ପ୍ରୋ କାର୍ଡ ପାଇଲେ ହିଁ ଜଣେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଭାରତର ଅନେକ ରାଜ୍ୟରେ ସେରୁ କ୍ଲାସିକମାନଙ୍କଦ୍ୱାରା ପ୍ରୋ କାର୍ଡ ପାଇଁ ପ୍ରତିଯୋଗିତାମାନ ହେଉଛି। ଓଡ଼ିଶାରେ ଏପରି ପ୍ରତିଯୋଗିତା ହେଉ ନ ଥିବାରୁ ମୁଁ ମୁମ୍ବାଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରତିଯୋଗିତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଁ ଅଭ୍ୟାସକୁ ଜୋରଦାର କରିଛି। ଭଲଭାବେ ପ୍ରସ୍ତୁତ ହୋଇଥିବାରୁ ମୋତେ ପ୍ରୋ କାର୍ଡ ମିଳିବାନେଇ ଆଶାବାଦୀ ମଧ୍ୟ ଅଛି ବୋଲି କହିଛନ୍ତି ଜନ୍ମେଜୟ। ପ୍ରକାଶ ଯୋଗ୍ୟ ଯେ ଆମେଚର ଅଲିମ୍ପିଆ ପ୍ରତିଯୋଗିତା ପୂର୍ବରୁ ଜନ୍ମେଜୟ ଚଳିତମାସ ୨୬ରୁ ୨୯ ପର୍ଯ୍ୟନ୍ତ ୩୫ତମ ସର୍ବଭାରତୀୟ ପୋଷ୍ଟାଲ ପ୍ରତିଯୋଗିତାରେ ଭାଗନେବେ। ଏହା ବ୍ରହ୍ମବୁରଠାରେ ଅନୁଷ୍ଠିତ ହେବ। ପୂର୍ବରୁ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ୪ ଥର ଡାକଶ୍ରୀ ଟାଇଟଲ ହାସଲ କରି ସାରିଥିବା ଜନ୍ମେଜୟ ଏଥର ୫ମ ଥରପାଇଁ ଏହି ଟାଇଟଲ ହାସଲ କରିବାକୁ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଜନ୍ମେଜୟଙ୍କ ବ୍ୟତୀତ ଲଲାଟ କେଶରୀ ପଟ୍ଟନାୟକ, ଅରୁଣଜିତ ନାୟକ, ନିର୍ମଳ ମହାରଥୀ ଓ ଲିଟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri