Posted inଖେଳ

ଆମେଚର ଅଲିମ୍ପିଆ ବଡିବିଲ୍ଡିଂରେ ଭାଗନେବେ ଜନ୍ମେଜୟ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)-
ଆମେଚର ଅଲିମ୍ପିଆ ଇଣ୍ଡିଆ ବଡିବିଲ୍ଡିଂ ପ୍ରତିଯୋଗିତା ଆସନ୍ତା ନଭେମ୍ବର ୧୫ରୁ ୧୭ ପର୍ଯ୍ୟନ୍ତ ମୁମ୍ବାଇର ଏକ୍‌ଜିବିଶନ ସେଣ୍ଟରରେ ଅନୁଷ୍ଠିତ ହେବ। ବଡିବିଲ୍ଡିଂର ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାଗନେବେ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ବଡିବିଲ୍ଡର ଜନ୍ମେଜୟ ମହାନ୍ତି। ଓଡ଼ିଶାର ପ୍ରଥମ ବଡିବିଲ୍ଡରଭାବେ ଜନ୍ମେଜୟ ପ୍ରୋ କାର୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଏଥିରୁ ପ୍ରୋ କାର୍ଡ ପାଇଲେ ସେ ଇଣ୍ଟରନ୍ୟାଶନାଲ ପ୍ରୋ କାର୍ଡ ପାଇଁ ବା ମିଷ୍ଟର ଅଲିମ୍ପିଆ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟ ବିବେଚିତ ହେବେ। ସର୍ବଭାରତୀୟ ସ୍ତରରେ ହେଉଥିବା ସେରୁକ୍ଲାସିକ୍‌ ମାନଙ୍କ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ପ୍ରତିଯୋଗିତା ବିଭିନ୍ନ ଓଜର ବର୍ଗରେ ଅନୁଷ୍ଠିତ ହେବ। ମୁଁ ୮୦ରୁ ୮୫କେଜି ବର୍ଗରେ ଭାଗନେବି। ପ୍ରତି ବର୍ଗର ପ୍ରଥମ ସ୍ଥାନ ହାସଲକାରୀ ପ୍ରତିଯୋଗୀଙ୍କୁ ପ୍ରୋ କାର୍ଡ ମିଳିଥାଏ। ଅନେକ ସମୟରେ ପ୍ରଥମ ୩ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ଏହା ମିଳିଥାଏ। ପ୍ରଦର୍ଶନ ଭିତ୍ତିରେ ଏହା ନିର୍ଣ୍ଣୟ ହୋଇଥାଏ। ବଡିବିଲ୍ଡିଂକୁ କ୍ୟାରିୟର କରୁଥିବା ପ୍ରତିଯୋଗୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। କାରଣ କୌଣସି ଆସୋସିଏଶନ କିମ୍ବା ଅନୁଷ୍ଠାନ ଉଦ୍ୟମରେ ପ୍ରୋ କାର୍ଡ ମିଳିବା ସୁଯୋଗ ନାହିଁ। କେବଳ ଏହି ପ୍ରତିଯୋଗିତାରୁ ପ୍ରୋ କାର୍ଡ ପାଇଲେ ଯାଇ ଜଣେ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିପାରିବ ବୋଲି ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜନ୍ମେଜୟ ପ୍ରକାଶ କରିଛନ୍ତି।
ମିଷ୍ଟର ଅଲିମ୍ପିଆ ଟାଇଟଲ ପାଇ ସାରିଥିବା ବଡିବିଲ୍ଡରମାନେ ଏହି ପ୍ରତିଯୋଗିତାରେ ଜଜ୍‌ ଦାୟିତ୍ୱ ତୁଲାଇବେ। ଏହା କେବଳ ମୋ ପାଇଁ ନୁହେଁ ବଡିବିଲ୍ଡିଂକୁ କ୍ୟାରିୟର କରୁଥିବା ପ୍ରତି ପ୍ରତିଯୋଗୀଙ୍କ ପାଇଁ ବଡ଼ ସୁଯୋଗ ଆଣିବ। କେବଳ ପ୍ରୋ କାର୍ଡ ପାଇଲେ ହିଁ ଜଣେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଭାରତର ଅନେକ ରାଜ୍ୟରେ ସେରୁ କ୍ଲାସିକମାନଙ୍କଦ୍ୱାରା ପ୍ରୋ କାର୍ଡ ପାଇଁ ପ୍ରତିଯୋଗିତାମାନ ହେଉଛି। ଓଡ଼ିଶାରେ ଏପରି ପ୍ରତିଯୋଗିତା ହେଉ ନ ଥିବାରୁ ମୁଁ ମୁମ୍ବାଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରତିଯୋଗିତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଁ ଅଭ୍ୟାସକୁ ଜୋରଦାର କରିଛି। ଭଲଭାବେ ପ୍ରସ୍ତୁତ ହୋଇଥିବାରୁ ମୋତେ ପ୍ରୋ କାର୍ଡ ମିଳିବାନେଇ ଆଶାବାଦୀ ମଧ୍ୟ ଅଛି ବୋଲି କହିଛନ୍ତି ଜନ୍ମେଜୟ। ପ୍ରକାଶ ଯୋଗ୍ୟ ଯେ ଆମେଚର ଅଲିମ୍ପିଆ ପ୍ରତିଯୋଗିତା ପୂର୍ବରୁ ଜନ୍ମେଜୟ ଚଳିତମାସ ୨୬ରୁ ୨୯ ପର୍ଯ୍ୟନ୍ତ ୩୫ତମ ସର୍ବଭାରତୀୟ ପୋଷ୍ଟାଲ ପ୍ରତିଯୋଗିତାରେ ଭାଗନେବେ। ଏହା ବ୍ରହ୍ମବୁରଠାରେ ଅନୁଷ୍ଠିତ ହେବ। ପୂର୍ବରୁ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ୪ ଥର ଡାକଶ୍ରୀ ଟାଇଟଲ ହାସଲ କରି ସାରିଥିବା ଜନ୍ମେଜୟ ଏଥର ୫ମ ଥରପାଇଁ ଏହି ଟାଇଟଲ ହାସଲ କରିବାକୁ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଜନ୍ମେଜୟଙ୍କ ବ୍ୟତୀତ ଲଲାଟ କେଶରୀ ପଟ୍ଟନାୟକ, ଅରୁଣଜିତ ନାୟକ, ନିର୍ମଳ ମହାରଥୀ ଓ ଲିଟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri