ଆମୂଳ ପରିବର୍ତ୍ତନ ସମ୍ଭାବନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ତିରିଶ ବର୍ଷ ଭିତରେ ପ୍ରଥମ ଥର ପାଇଁ ସରକାର ସମସ୍ତ ସେବାର ଅଧିକାରୀମାନଙ୍କ ପୂର୍ଣ୍ଣାଙ୍ଗ ବିବରଣୀ (ପ୍ରୋଫାଇଲ) ସଂଗ୍ରହ କରିବାକୁ ଆରମ୍ଭ କରିଛନ୍ତି। ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ସମେତ ସମସ୍ତ କେନ୍ଦ୍ରୀୟ ସରକାରୀ ସେବାର ବ୍ୟାପକ ପୁନର୍ଗଠନ ପୂର୍ବରୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସବୁ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ତଥ୍ୟ ମାଗିଛି। ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ସରକାର ଏ ପ୍ରକ୍ରିୟା ଶେଷ କରିବେ ବୋଲି ବିଶ୍ୱାସ କରାଯାଉଛି। ଉଦ୍ଦେଶ୍ୟ ହେଉଛି ସମସ୍ତ ପଦବୀ ଓ ସେବା ବିଷୟରେ ତର୍ଜମା କରି ଅନାବଶ୍ୟକ ଭାବେ ରହିଥିବା ଅତିରିକ୍ତ ପଦବୀଗୁଡ଼ିକୁ ଉଚ୍ଛେଦ କରିବା ଏବଂ ବର୍ତ୍ତମାନ ସମୟର ଆବଶ୍ୟକତା ଅନୁସାରେ ନୂଆ ପଦବୀ ସୃଷ୍ଟି କରିବା। ଅଫିସରମାନଙ୍କ ବିବରଣୀ ଛଡ଼ା ସେମାନଙ୍କ କ୍ୟାଡର ସଂରଚନା, ସେମାନଙ୍କ ନିଯୁକ୍ତି ପଦ୍ଧତି, ପଦବୀ, ଦରମା ହାର, କ୍ୟାଡରରେ ଥିବା ପଦବୀ ସଂଖ୍ୟା, ପୂର୍ବ ବ୍ୟାଚ୍‌ ଅଫିସରଙ୍କ ପଦୋନ୍ନତି, ଖାଲି ଥିବା ମୋଟ ପଦବୀ ସଂଖ୍ୟା ଇତ୍ୟାଦି ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ସରକାର ମଧ୍ୟ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ଦୁଇଟି ବିଭାଗରେ ପରିଣତ କରିବାକୁ ବିଚାର କରୁଛନ୍ତି, ଯେଉଁଥିରୁ ଗୋଟିଏ ବିଭାଗ କେବଳ ସରକାରୀ ଅଫିସରମାନଙ୍କ ତାଲିମ ପାଇଁ ଉଦ୍ଦିଷ୍ଟ ରହିବ।
ଜମ୍ମୁ-କଶ୍ମୀରରେ ୟୁଟି ବାବୁଙ୍କ ନିଯୁକ୍ତି
କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ କରିବା ଓ ଜମ୍ମୁ-କଶ୍ମୀରକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ପ୍ରଥମ ଥର ପାଇଁ ଏଜିଏମ୍‌ୟୁଟି କ୍ୟାଡର ଆଇପିଏସ୍‌ ଅଫିସର ସାଗର ସିଂ କାଲ୍‌ସିଙ୍କୁ ଜମ୍ମୁ-କଶ୍ମୀରରେ ନିଯୁକ୍ତି ଦେଇଛନ୍ତି। କାଲ୍‌ସିଙ୍କୁ ରାଜ୍ୟର ଦୁର୍ନୀତି ନିବାରଣ ବ୍ୟୁରୋରେ ବର୍ଷକ ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି। ଏବେ ସେ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଅଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, କାଲ୍‌ସି ଯେପରି ଜମ୍ମୁ-କଶ୍ମୀରରେ ନୂଆ ଦାୟିତ୍ୱ ଗ୍ରହଣ କରିପାରିବେ ସେଥିପାଇଁ ତାଙ୍କୁ ତୁରନ୍ତ ରିଲିଭ୍‌ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଣ୍ଡରସେକ୍ରେଟାରୀ ଅରୁଣାଚଳ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଚିଠି ଲେଖିଛନ୍ତି। ଏହା ପୂର୍ବରୁ କେବଳ ଜମ୍ମୁ-କଶ୍ମୀର କ୍ୟାଡରର ଅଫିସରମାନେ ହିଁ ଏହି ପଦବୀରେ ନିଯୁକ୍ତି ପାଉଥିଲେ ଏବଂ ତାଙ୍କୁ କେନ୍ଦ୍ରୀୟ ଡେପୁଟେଶନ ବ୍ୟତୀତ ରାଜ୍ୟ ବାହାରକୁ ଅନ୍ୟତ୍ର ବଦଳି କରାଯାଉ ନ ଥିଲା। ସେହିପରି କେନ୍ଦ୍ର ସରକାର କୌଣସି ୟୁଟି କ୍ୟାଡର ଅଫିସରଙ୍କୁ ଜମ୍ମୁ-କଶ୍ମୀରକୁ ବଦଳି କରିପାରୁ ନ ଥିଲେ। ଏଜିଏମ୍‌ୟୁଟି ଡିଭିଜନ ଦିଲ୍ଲୀ ସମେତ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସମସ୍ତ ବୈଧାନିକ ଓ ସାମ୍ବିଧାନିକ ପ୍ରସଙ୍ଗର ତଦାରଖ କରିଥାଏ।
ଆଇଏଏସ୍‌ ବୃତ୍ତି ପ୍ରତି ବିତୃଷ୍ଣା
ସମ୍ପ୍ରତି ଆଇଏଏସ୍‌ ମହଲରେ ଏକ ପ୍ରକାର ଅଶାନ୍ତି ଓ ନିଜ ବୃତ୍ତି ପ୍ରତି ଅନାକର୍ଷଣ ଭାବ ଖେଳିଯିବା ପରି ମନେହେଉଛି। ଏହି ବିତୃଷ୍ଣା କେବଳ କନିଷ୍ଠ ଅଫିସରଙ୍କ ଭିତରେ ନୁହେଁ ବରଂ ବରିଷ୍ଠ ଅଫିସରଙ୍କ ଭିତରେ ବି ଦେଖାଦେଇଛି। ତିନିଜଣ ଆଇଏଏସ୍‌ ଅଫିସର ଏକଦା ବହୁ ଆକାଂକ୍ଷିତ ଥିବା ଉକ୍ତ ସେବାରୁ ଇସ୍ତଫା ଦେଇଥିବା ବେଳେ ନିକଟରେ ଉତ୍ତରପ୍ରଦେଶ କ୍ୟାଡରର ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର, ତାଙ୍କ ଚାକିରି କାଳ ଆଉ ୧୦ ବର୍ଷ ବାକି ଥାଉ ଥାଉ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରଥମୋକ୍ତ ତିନିଜଣ ଆଇଏଏସ୍‌ ଅଫିସର ସରକାରଙ୍କ ନୀତି ଦ୍ୱାରା ପ୍ରଭାବିତ ହୋଇ ନ ଥିବା ପ୍ରକାଶ କରିଥିବା ବେଳେ ଶେଷୋକ୍ତ ବାବୁ ଜଣକ କର୍ପୋରେଟ୍‌ ଜଗତ ପ୍ରତି ପ୍ରଲୁବ୍ଧ ହୋଇଥିବା ପରି ମନେହେଉଛି। ଅନୁମାନ କରାଯାଉଛି ଯେ, ୧୯୯୩ ବ୍ୟାଚ୍‌ ଅଫିସର ରାଜୀବ ଅଗ୍ରଓ୍ବାଲ ଆକର୍ଷଣୀୟ ଉଚ୍ଚ ଦରମାରେ ଏକ କମ୍ପାନୀରେ ବରିଷ୍ଠ ପଦବୀରେ ଯୋଗଦେବା ପୂର୍ବରୁ ଭିଆର୍‌ଏସ୍‌ ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ୍‌ ପ୍ରମୋଶନ ବିଭାଗରେ ଯୁଗ୍ମ ସଚିବ ଅଛନ୍ତି। ଯଦି ଅଗ୍ରଓ୍ବାଲଙ୍କ ଭବିଷ୍ୟତ ଯୋଜନା ଏଇଆ ହୋଇଥାଏ, ତେବେ ଆଇଏଏସ୍‌ ବାବୁମାନେ ଆଉ ନିଜ ବୃତ୍ତି ପ୍ରତି ଆକର୍ଷଣ ଅନୁଭବ କରୁ ନ ଥିବା ସ୍ପଷ୍ଟ ହୋଇଯାଉଛି। କର୍ପୋରେଟ୍‌ ସଂସ୍ଥାରେ ଚାକିରି କରିବା ନିଶ୍ଚିତ ରୂପେ ଅଧିକ ଲାଭଦାୟକ। ତେଣୁ ଅଗ୍ରଓ୍ବାଲଙ୍କ ପଦାଙ୍କ ଅନୁସରଣ କରି ଆଗକୁ ଆହୁରି ଅନେକ ଆଇଏଏସ୍‌ ଅଫିସର ଇସ୍ତଫା ଦେଇପାରନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri