ଆମାଜନ୍‌ ସିଇଓଙ୍କ ମହଙ୍ଗା ଛାଡ଼ପତ୍ର: ସ୍ତ୍ରୀଙ୍କୁ ଦେବାକୁ ପଡ଼ିବ ୩୮ ଶହ କୋଟି ଡଲାର

ସାନ୍‌ ଫ୍ରାନ୍ସିସ୍‌କୋ,୩।୭: ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ପୃଥିବୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଦେବେ। ଏଥିପାଇଁ ସ୍ତ୍ରୀ ମୈକେଜି ବେଜୋସଙ୍କୁ ସେ ୩୮ ଶହ କୋଟି ଡଲାର କ୍ଷତିପୂରଣ ଦେବେ। ଦୁହିଁଙ୍କର ବିବାହ ପ୍ରାୟ ୨୬ ବର୍ଷ ତଳେ ହୋଇଥିଲା। ଛାଡ଼ପତ୍ର ପରେ ମୈକେଜି ବେଜୋସ ପୃଥିବୀର ଚତୁର୍ଥ ଧନୀ ମହିଳା ହେବେ ବୋଲି କୁହାଯାଉଛି। ସେ ନିଜ ସମ୍ପତ୍ତିର ଅଧା ସେବା କାର୍ଯ୍ୟରେ ବିନିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।

Share