ଆମତ୍ତୃପ୍ତି ଦେଉଛି କେନ୍ଦରା ବାଦନ

ଗଣିଆ, ୧୬।୧୦(ଡି.ଏନ.ଏ.):ଆଧୁନିକତା ଛାପରେ ହଜିଗଲାଣି ପାରମ୍ପରିକ ଲୋକକଳା ସାଙ୍ଗକୁ ପୁରାତନ ଲୋକବାଦ୍ୟ ା ଗୋପୀଯନ୍ତ୍ର, କେନ୍ଦରା, ଘୁଡୁକି,ଖଞ୍ଜଣି, ହାରମୋନିୟମ ଆଦି ପାରମ୍ପରିକ ଲୋକବାଦ୍ୟର ତାଳ ଆଉ ଶୁଣିବାକୁ ମିଳୁନାହିଁ ା ଏହାର ପ୍ରତିବଦଳରେ ବିଭିନ୍ନ ବୈଦ୍ୟୁତିକ ବାଦ୍ୟଯନ୍ତ୍ରର ଧୁନ୍‌ ଯୁବପିଢିଙ୍କୁ ମତୁଆଲା କରିଛି ା ଫଳରେ ପାରମ୍ପରିକ ବାଦ୍ୟଯନ୍ତ୍ରର ସତ୍ତା ଧୀରେ ଧୀରେ ଲୋପ ପାଇବାରେ ବସିଲାଣି ା
ଏପରି ସ୍ଥଳେ କେତେକ ପୁରାତନ ବାଦ୍ୟକାର ଏହି ପୁରାତନ ବାଦ୍ୟଯନ୍ତ୍ର ବଜାଇ ପରିବାର ପ୍ରତିପୋଷଣ କରି ନ ପାରିଲେ ମଧ୍ୟ ଅନ୍ୟକୁ ଖୁସି କରିବା ସହ ଆମତ୍ତୃପ୍ତି ଲାଭ କରିପାରୁଛନ୍ତି ା ସେହିଭଳି ଜଣେ ବ୍ୟକ୍ତି ହେଲେ ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ପଞ୍ଚାୟତ ଗୋବିନ୍ଦପୁରପାଟଣା ଗ୍ରାମର ଦିବ୍ୟାଙ୍ଗ ସତ୍ୟବାଦୀ ଦାସ(୭୦)। ସେ ପୁରାତନ ବାଦ୍ୟ କେନ୍ଦରା ବାଦନ କରନ୍ତି। ସତ୍ୟବାଦୀ ପରିଣତ ବୟସରେ ନିଜ ଗ୍ରାମଠାରୁ ଖୁବ୍‌ ନିକଟ ଗଣିଆ ବ୍ଲକ ଆଡକଟା ପଞ୍ଚାୟତର କୃଷ୍ଣପଲ୍ଲୀ ଗ୍ରାମ ନିକଟରେ ଏକ ଆଶ୍ରମ କରି ରହୁଛନ୍ତି ା ସତ୍ୟବାଦୀ ଖଣ୍ଡପଡା ବ୍ଲକ ଦୁଃଖାପଲ୍ଲୀ ଗ୍ରାମର ବିଶ୍ୱନାଥ ନାୟକ ନାମକ ଜଣେ ଦିବ୍ୟାଙ୍ଗଙ୍କଠାରୁ ଶିକ୍ଷାଲାଭ କରି ଗତ ୧୦ ବର୍ଷ ଧରି ଗାଁ ଗାଁ ବୁଲି କେନ୍ଦରା ବାଦନ କରିଆସୁଛନ୍ତି ା ଗୁରୁ ବିଶ୍ୱନାଥଙ୍କ କଟକ ଆକାଶବାଣୀ ବେତାର କେନ୍ଦ୍ରରେ କେନ୍ଦରା ବାଦନରେ ଆକୃଷ୍ଟ ହୋଇ ସେ କେନ୍ଦରା ବାଦନ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ା କେନ୍ଦେରାର ମଧୁର ସ୍ବର ସହ ତାଙ୍କର ସୁଲଳିତ କଣ୍ଠରେ ରାମାୟଣ ଓ ଟିକା ଗୋବିନ୍ଦଚନ୍ଦ୍ରର ଭଜୁକିନା ରାମ ନାମରେ କୁମର ଲୋକଙ୍କ ମନକୁ ବେଶ୍‌ ଛୁଇଁପାରିଥାଏ ା ମନଛୁଆଁ କେନ୍ଦରା ବାଦନ ଶୁଣି କେହି କେହି ତାଙ୍କୁ ସ୍ବଇଚ୍ଛାରେ କିଛି ଅର୍ଥ ଦେଇଥାନ୍ତି ା ତେବେ ଏହି ବାଦ୍ୟ ବଜାଇ ସେ କାହା ଆଗରେ କେବେ ବି ହାତ ପାତି ନ ଥିବା କୁହନ୍ତି ସତ୍ୟବାଦୀ ା କେନ୍ଦେରା ବାଦ୍ୟ ବଜାଇ ସେ ସବୁବେଳେ ଭଗବାନଙ୍କ ନାମ ସଂକୀର୍ତ୍ତନ କରୁଥିବାରୁ ତାଙ୍କୁ ପ୍ରଚୁର ଆମତ୍ସନ୍ତୋଷ ମିଳିଥାଏ ବୋଲି କୁହନ୍ତି ସତ୍ୟବାଦୀ ା ନିଜେ ଆମତ୍ତୃପ୍ତି ପାଇବା ସହ ପୁରାତନ ବାଦ୍ୟଯନ୍ତ୍ର ଶିଖିବା ପାଇଁ ସେ ଅନେକ ସ୍ଥାନରେ ଯୁବପିଢି ବାଦ୍ୟକାରଙ୍କୁ ଅନୁରୋଧ କରିଥାନ୍ତି। ତେବେ ସେ ଜୀବନର ଶେଷ ପର୍ଯ୍ୟନ୍ତ ଗାଁ ଗାଁ ବୁଲି କେନ୍ଦରା ବାଦନ କରି ଭଗବାନଙ୍କ ନାମଗାଇ ବୁଲୁଥିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri